ଟ୍ରେନ୍‌ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, କହିଲେ- ଏହି ଖବର ଅତ୍ୟନ୍ତ ଦୁଃଖଦାୟକ

ଯାଜପୁର ୨୧।୧୧ : ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି। ଅନ୍ୟପଟେ ଯାଜପୁର ଟ୍ରେନ୍‌ ଦୁର୍ଘଟଣା ନେଇ ପୂର୍ବତଟ ରେଲୱେ PRO କହିଛନ୍ତି ଯେ,ଘଟଣାସ୍ଥଳରେ ଖୋର୍ଦ୍ଧା ଡିଭିଜନ୍ ଡିଆରଏମ୍ ଏବଂ ମୁଖ୍ୟ ସେଫ୍ଟି ଇଞ୍ଜିନିୟର ପହଞ୍ଚିଛନ୍ତି । ଟ୍ରାକ୍ ଉପରୁ ଦୁର୍ଘଟଣାଗ୍ରସ୍ତ ବଗି ହଟାଇବାକୁ ପହଞ୍ଚିଲା ୨ଟି ଟିମ୍ । ଗୋଟିଏ ଲାଇନ୍ କ୍ଲିଅର କରିବାକୁ ୭ଘଣ୍ଟା ସମୟ ଲାଗିବ ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

ସୂଚନାଯୋଗ୍ୟ ଯେ, ସୋମବାର ସକାଳ ସମୟରେ ଭଦ୍ରକ ପଟୁ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ଅଭିମୁଖେ ଆସୁଥିଲା ମାଲବାହୀ ଟ୍ରେନ । ଏହି ସମୟରେ ହଠାତ୍‌ କୋରେଇ ଷ୍ଟେସନରେ ଟ୍ରେନ୍‌ର ଇଞ୍ଜିନ୍‌ ପଟୁ ପ୍ରାୟ ସାତଟି ବଗି ଖସିପଡିଥିଲା l ପ୍ଲାଟଫର୍ମ ସମେତ ଅପ ଏବଂ ଡାଉନ ଲାଇନ ଉପରେ ବଗି ଛିନ୍‌ଛତ୍ର ହୋଇ ପଡିରହିଛି l ତେବେ ବଗି ତଳେ ଚାପି ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଦୁର୍ଘଟଣା ଘଟିବା ଦ୍ୱାରା ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି l ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପିରିକି ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Spread the love