ଯାଜପୁର ଟ୍ରେନ୍‌ ଟ୍ରାଜେଡି : ମୃତାହତଙ୍କ ଲାଗି ସହାୟତା ଘୋଷଣା କଲେ ରାଜ୍ୟ ସରକାର ଓ ରେଳବାଇ

ଭୁବନେଶ୍ୱର ୨୧।୧୧ : ଯାଜପୁର ଟ୍ରେନ୍‌ ଟ୍ରାଜେଡି ଘଟଣାରେ ସହାୟତା ଘୋଷଣା । ରାଜ୍ୟ ସରକାର ଓ ରେଳ ବିଭାଗ ପକ୍ଷରୁ ମୃତାହତଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଖବର ଅନୁଯାୟୀ, ଯାଜପୁର କୋରେଇ ଷ୍ଟେସନରେ ଟ୍ରେନ୍‌ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଯାହାକୁ ନେଇ ମୃତାହତଙ୍କ ପ୍ରତି ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିବା ବେଳେ ଗୁରୁତରଙ୍କୁ ସମସ୍ତ ପ୍ରକାର ଚିକିତ୍ସା  ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରିବାକୁ କୁହାଯାଇଛି । ଅନ୍ୟପଟେ କୋରେଇ ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଦେବାକୁ ଥିବା ବେଳେ ଗୁରୁତରଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାଯତା ରାଶି । ଏହି ଅନୁକମ୍ପା ରାଶି ଘୋଷଣା ନେଇ ସୂଚନା ଦେଲେ CPRO ।

Spread the love