ବିଶିଷ୍ଟ ଧର୍ମପରାୟଣା ଓ ସମାଜସେବୀ କ୍ଷୀରପ୍ରିୟା ପ୍ରଧାନଙ୍କ ବିୟୋଗରେ ରାଜ୍ୟ ସଭାପତି ଏବଂ ବିରୋଧୀ ଦଳ ନେତାଙ୍କ ଶୋକବ୍ୟକ୍ତ

ଭୁବନେଶ୍ୱର, ତା.୨୨/୧୧: ଭୁବନେଶ୍ୱର ଝାରପଡା ନିବାସୀ ବିଶିଷ୍ଟ ଧର୍ମପରାୟଣା ଏବଂ ସମାଜସେବୀ ଶ୍ରୀମତୀ କ୍ଷୀରପ୍ରିୟା ପ୍ରଧାନ ଆଜି ୮୩ବର୍ଷ ବୟସରେ ଇହଲିଳା ତ୍ୟାଗ କରିଛନ୍ତି । ସ୍ୱର୍ଗତା ପ୍ରଧାନ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ମାଆ । ସ୍ୱର୍ଗତାଃ କ୍ଷୀରପ୍ରିୟାଙ୍କ ମୃତ୍ୟୁ ବେଳକୁ ୩ ଜଣ ପୁଅ ଓ ୪ଜଣ ଝିଅ, ନାତି,ନାତୁଣୀ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ସ୍ୱର୍ଗତାଃ କ୍ଷୀରପ୍ରିୟାଙ୍କୁ ଗାଁ ଶ୍ମଶାନରେ ଅନ୍ତେଷ୍ଟିକ୍ରିୟା କରାଯାଇଛି । ସ୍ୱର୍ଗତାଃ ପ୍ରଧାନଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ଶ୍ରୀ ମହାନ୍ତି ଏବଂ ଶ୍ରୀ ମିଶ୍ର ଶୋକସନ୍ତପ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଆଜି ରାଜ୍ୟ ବିଜେପିର ବହୁ ନେତା ଏବଂ କାର୍ଯ୍ୟକର୍ତାମାନେ ଝାଡପଡା ବାସଭନକୁ ଯାଇ ସ୍ୱର୍ଗତାଃ ପ୍ରଧାନଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Spread the love