ପାଞ୍ଚ ଟଙ୍କା ଦେଇ ଆହାର ଖାଇଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍

ଆହାର ଖାଇଲେ ୫ଟି ସଚିବ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ତେବେ ସବୁଠାରୁ ବଡ଼ କଥା ହେଲା ଜଣେ ସାଧାରଣ ଲୋକ ପରି ଖାଇବା ପାଇଁ ଧାଡ଼ିରେ ମଧ୍ୟ ଛିଡ଼ାହୋଇଥିଲେ  ପାଣ୍ଡିଆନ୍ । କେବଳ ୫ଟି ସଚିବ ନୁହଁନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଆହାର କେନ୍ଦ୍ରରେ ଛିଡ଼ା ହୋଇ ଆହାର ଖାଇଲେ । ଆହାର ଖାଇବା ସହ ଆହାର କେନ୍ଦ୍ରର ଖାଦ୍ୟର ମାନ,ପରିମାଣ ଓ ସ୍ୱଚ୍ଛତା ବିଷୟରେ ପଚାରି ବୁଝିଛନ୍ତି ୫ଟି ସଚିବ । ଲୋକଙ୍କ ସହ ଛିଡ଼ା ହୋଇ ଆହାର ଖାଇବା ପରେ ଟଙ୍କା ମଧ୍ୟ ଦେଇଛନ୍ତି ।

ମୋ ସରକାର’ କାର୍ଯ୍ୟକ୍ରମର ସଫଳତା ପାଇଁ ଅଣ୍ଟା ଭିଡ଼ିଛନ୍ତି ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ । ପୂଜା ଛୁଟି ସରୁ ସରୁ ଗତ ଦୁଇଦିନ ଧରି ପାଣ୍ଡିଆନ୍ ତାଙ୍କ ଟିମ୍ ଧରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା ଏବଂ ଭବାନୀପାଟଣା ବୁଲିଥିଲେ । ସେଠାକାର ଡାକ୍ତରଖାନା ବୁଲି ରୋଗୀସେବାର ସ୍ଥିତି ଅନୁଧ୍ୟାନ କରିଥିଲେ । ଆଜି ଏହି ଟିମ୍ ରେ ସାମିଲ୍ ହୋଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ । ତାଙ୍କ ନେତୃତ୍ୱରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଓ ଅନ୍ୟ ଅଧିକାରୀମାନେ ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲା ଗସ୍ତ କରୁଛନ୍ତି । 
ଆଜି ସକାଳୁ ଏହି ଟିମ୍ ପ୍ରଥମେ କନ୍ଧମାଳ ଯାଇଥିଲେ । ସେଠାରୁ ବୌଦ୍ଧ ଆସି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବୁଲିଥିଲେ । ବିଭିନ୍ନ ୱାର୍ଡରେ ରୋଗୀଙ୍କୁ ଭେଟି ସେମାନେ ପାଉଥିବା ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ । ରୋଗୀମାନେ ମାଗଣାରେ ଡାକ୍ତରଖାନାରୁ ଔଷଧ ପାଉଛନ୍ତି ନା ନାହିଁ ତାହା ବିଶେଷକରି ଜାଣିବାକୁ ଚାହିଁଥିଲେ ।
ଡାକ୍ତରଖାନାରୁ ଫେରିବା ବେଳେ ନିକଟରେ ଥିବା ଆହାର କେନ୍ଦ୍ରରେ ଅଚାନକ ପହଞ୍ଚିଥିଲେ ମୁଖ୍ୟ ଶାସନ ସଚିବ ଶ୍ରୀ ତିପାଠୀ, ଶ୍ରୀ ପାଣ୍ଡିଆନ୍ ଏବଂ ଶ୍ରୀମତୀ ଶାଳିନୀ ପଣ୍ଡିତ । ସେଠାରେ ବ୍ୟବସ୍ଥାର ତଦାରଖ ଓ ଖାଦ୍ୟର ମାନ ପରଖିବା ପରେ ଲୋକଙ୍କ ମେଳରେ ଛିଡ଼ା ହୋଇ ମଧ୍ୟାହ୍ନ ଭୋଜନ କରିଥିଲେ । ଖାଇବା ବାବଦରେ ନିଜ ପକେଟରୁ ପଇସା ଦେଇଥିଲେ ।
Spread the love