ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ୪୭ ଜଣ ଛାତ୍ରଛାତ୍ରୀ

ଟିଟିଲାଗଡ଼: ଚଳିତ ମାଟ୍ରିକ ପ୍ରଥମ ସେମିଷ୍ଟାର ପରୀକ୍ଷା ରୁ ବଞ୍ଚିତ ହେଲେ ୪୭ ଜଣ ଛାତ୍ର ଛାତ୍ରୀ l ଆଣିଲେ ଗୁରୁତର ସଂଗୀନ ଅଭିଯୋଗ l ଫର୍ମ ଫିଲପ କରି ବା ପରେ ବି ଆସିଲା ନାହିଁ ଏଡମିଟ କାର୍ଡ l l ଘଟଣା କୁ ଗୁରୁତର ସହ ନେଲା ସ୍ଥାନୀୟ ପ୍ରଶାସନ l ତଦନ୍ତ କରି ନିଆଯିବ ଉଚିତ ପଦକ୍ଷେପ l

ସ୍କୁଲ ପୋଷାକ ରେ ଛାତ୍ର ଛାତ୍ରୀ l ହେଲେ ସ୍କୁଲ କୁ ଯିବା ବଦଳ ରେ ଆସିଥିଲେ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ l ପୁଣି ସାଙ୍ଗରେ ଜଣେ ଦିବ୍ୟାଙ୍ଗ ଛାତ୍ରୀ ବି ରହିଛନ୍ତି l ଏହି ଛାତ୍ର ଛାତ୍ରୀ ମାନେ ଟିଟିଲାଗଡ଼ ବ୍ଲକ ପରାସରା ଗ୍ରାମପଞ୍ଚାୟତ ସରକାରୀ ହାଇସ୍କୁଲ ରେ ଦଶମ ଶ୍ରେଣୀ ରେ ପଢୁଛନ୍ତି।ଏବେ ଦଶମ ଶ୍ରେଣୀ ରେ ପ୍ରଥମ ସେମିଷ୍ଟାର ପରୀକ୍ଷା ବି ଜାରି ରହିଛି l ହେଲେ ଏମାନେ ସମସ୍ତେ ପରୀକ୍ଷା ରୁ ବାଦ ପଡିଛନ୍ତି l କାରଣ ଏମାନଙ୍କ ଫର୍ମ ଫିଲଅପ ହୋଇନାହିଁ l ଜଣେ କି ଦୁଇଜଣ ଛାତ୍ର ଛାତ୍ରୀ ନୁହେଁ,୪୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ରୁ ବଂଚିତ ହୋଇଛନ୍ତି l ଏମାନଙ୍କ ର ଅଭିଯୋଗ ଯେ ଫର୍ମଫିଲପ ବାବଦ କୁ ଜଣେ ପିଛା ୩୭୦ ଟଙ୍କା ଦେଇଛନ୍ତି l ଫର୍ମ ବି ଫିଲପ କରିଛନ୍ତି l ହେଲେ ଏମାନଙ୍କ ନାମରେ ଏଡମିଟ କାର୍ଡ ଇସ୍ୟୁ ହୋଇନାହିଁ l ଆଉ ପରୀକ୍ଷା ରୁ ବଂଚିତ ରହିଛନ୍ତି ଏହି କୋମଳମତି ଛାତ୍ର ଛାତ୍ରୀ l ଆସନ୍ତୁ ଏମାନଙ୍କ ମୁହଁ ରୁ ଶୁଣିବା, କଣ କହୁଛନ୍ତି ଏହି ଛାତ୍ର ଛାତ୍ରୀ ମାନେ।
ଏମାନେ ସବସିଡାୟରୀ ଫିଜ ସାଙ୍ଗକୁ ଫର୍ମ ଫିଲପ ଫିଜ ବି ଦାଖଲ କରିଛନ୍ତି l ହେଲେ ଏମାନଙ୍କ ଅର୍ଥ କୁ ପ୍ରଧାନ ଶିକ୍ଷକ ହଡ଼ପ କରିବା ସହ ଏମାନଙ୍କ ନାମ ପଠାଇ ନାହିଁ l ଏକଥା ଆମେ ନୁହେଁ ଖୋଦ ଛାତ୍ର ଛାତ୍ରୀ କହୁଛନ୍ତି, ଅଭିଯୋଗ ଆଣୁଛନ୍ତି l ଏନେଇ ପ୍ରଧାନ ଶିକ୍ଷକ ଙ୍କୁ ଅଭିଯୋଗ ବି କରିଛନ୍ତି l ହେଲେ ଫଳ କିଛି ମିଳିନାହିଁ l ପୁଣି ପରାସରା ପଂଚାୟତ ହାଇସ୍କୁଲ ୫ଟି ଅଧୀନରେ ରହିଛି l ହେଲେ କେମିତି ଏତେ ବଡ଼ ତ୍ରୁଟି ହେଲା ନା ଜାଣିଶୁଣି ଅର୍ଥ ଲାଲସା ରେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତକୁ ନଷ୍ଟ କରାଯାଉଛି l ଗୋଟାଏ ବର୍ଷ ର ପରିଶ୍ରମ ନଷ୍ଟ ହେବା ସହ ଛାତ୍ର ଛାତ୍ରୀ ମାନଙ୍କ ମନରେ ଆଘାତ ଦେବ l ଏହି ଘଟଣା କୁ ଗୁରୁତର ସହ ନେଇଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ଦାୟିତ୍ୱ ରେ ଥିବା ବ୍ଲକ ଅଧିକାରୀ ନବୀନ ନାୟକ l ଘଟଣା ର ତଦନ୍ତ ହେବ, ଶିକ୍ଷା ଅଧିକାରୀ ଙ୍କୁ ଜବାବ ତଳବ କରିଛନ୍ତି l ତଦନ୍ତ ପରେ ପ୍ରକୁତ ଘଟଣା ଜଣା ପଡିବ. କେଉଁଠି ତ୍ରୁଟି ରହିଲା ତାହା ସାମ୍ନାକୁ ଆସିବ l ଛାତ୍ର ଛାତ୍ରୀ ମାନେ କିପରି ତାଙ୍କ ଗୋଟିଏ ବର୍ଷ ନଷ୍ଟ ନ ହେବ ସେ ନେଇ ମଧ୍ୟ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବ ବୋଳି ଉପଜିଲ୍ଲାପାଳ ଦାୟିତ୍ୱ ରେ ଥିବା ଅଧିକାରୀ କହିଛନ୍ତି l
ଏନେଇ ସମ୍ପୃକ୍ତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ମତାମତ ମିଳିପାରି ନାହିଁ l ତେବେ ଆଗକୁ ଏହି ଘଟଣା ର ତଦନ୍ତ କେତେ ବାଟ ଯାଉଛି ଏବଂ ପରୀକ୍ଷା ରୁ ବଂଚିତ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ ତାହା ଦେଖିବାକୁ ରହିଲା l

Spread the love