ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଆରମ୍ଭ

ସଇଁନ୍ତଲା : ନର ସେବା ହିଁ ନାରାୟଣ ସେବା । ଭୀମ ଭୋଇ ସରକାରୀ ଡାକ୍ତରଖାନାକୁ ପ୍ରତିଦିନ ଶହ ଶହ ରୋଗୀ ଆସନ୍ତି। ସେମାନଙ୍କ ସହିତ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ମଧ୍ୟ ସେ ଆସନ୍ତି | ସରକାରୀ ଖାଦ୍ୟ କେନ୍ଦ୍ର ରବିବାର ଦିନ ବନ୍ଦ ରୁହେ , ତେଣୁ ବଲାଙ୍ଗୀରର ଅଗ୍ରିନ ସମାଜିକ ସଂସ୍ଥା ସହଯୋଗ ଫାଉଣ୍ଡେସନ ଆଜିଠାରୁ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଯେଉଁଥିରେ ପ୍ରତି ରବିବାର ଚାଉଳ ଏବଂ ଡାଲମା ଦିଆଯିବାର ସୂଚନା ମଧ୍ୟ ରହିଛି।

ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଭୀମ ଭୋଇ ସରକାରୀ ଡାକ୍ତରଖାନାର ସହକାରୀ ଅଧୀକ୍ଷକ ଡାକ୍ତର ମୁରଲୀଧର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମନୋଜ ଅଗ୍ରୱାଲ ଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜେଶ ଅଗ୍ରୱାଲ, ଆର୍ତତ୍ରାଣ ପାଢ଼ୀ, ରୁକ୍ମା ଅଗ୍ରୱାଲ, ନୟନ ତାର ଅଗ୍ରୱାଲ , ସାନ୍ତୋଶ ଲାଲ, ଡକ୍ଟର ପଞ୍ଚାନନ ପ୍ରଧାନ, ପୀୟୁଷ ଅଗ୍ରୱାଲ, ରାମ ନାରାୟଣ ଦାସ, ପରେଶ ଅଗ୍ରୱାଲ, ଅବ୍ନିଶ ଅଗ୍ରୱାଲ, କେଦାର ଅଗ୍ରୱାଲ, ରାମ ଅବତାର ଅଗ୍ରୱାଲ ,ସୁଶାନ୍ତ ପାତ୍ର, ମହାବୀର ମିଶ୍ର, ଟୁନା ମିଶ୍ର, ସାନ୍ତୋଶ ପୁଷ୍ଟି, ତୁଫାନ୍ ବାଗ, ସୁଦୀପ୍ତ ତ୍ରିପାଠୀ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏବଂ ଅନିଲ ମୋଦୀ ଉପସ୍ଥିତ ଥିଲେ। ଶେଷରେ ସଂଗଠନ ର ସମ୍ପାଦିକା ପିଙ୍କି ମୋଦି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love