ହାଇ ସିକ୍ଯୁରିଟି ନମ୍ବର ପ୍ଲେଟ ମାମଲା: ଆଜି ହେବ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି

 ହାଇକୋର୍ଟରେ ହାଇ ସିକ୍ଯୁରିଟି ନମ୍ବର ପ୍ଲେଟ ମାମଲା। ଆଜି ହେବ ମାମଲାର ପରବର୍ତ୍ତୀ ଶୁଣାଣି। ପରିବହନ କମିଶନରଙ୍କ ପକ୍ଷରୁ ହାଇକୋର୍ଟରେ ଅକ୍ଟୋବର ୩୧ ରେ ସତ୍ୟପାଠ ଦାଖଲ ହୋଇଥିଲା। ଆଉ ଏକ ମାସ ଡେଡ଼ ଲାଇନ ବୃଦ୍ଧି କରିଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।ନଭେମ୍ବର ୨୮ ରେ ମାମଲାର ପରବର୍ତ୍ତୀ ଶୁଣାଣି ଦିନ ଧାର୍ଯ୍ୟ କରିଥିଲେ ହାଇକୋର୍ଟ। ପବିତ୍ର ମୋହନ ଖଟୁଆଙ୍କ ପକ୍ଷରୁ ରୁଜ୍ଜୁ ହୋଇଛି ଏହି ମାମଲା। ମାମଲା ପରିଚାଳନା କରୁଛନ୍ତି ଆଇନଜୀବୀ କାଜଲ ସାହୁ।

Spread the love