ମଶା କାମୁଡିବାରୁ ୩୦ ଅପରେସନ, ୪ ସପ୍ତାହ କୋମାରେ ରହିଲେ ବ୍ୟକ୍ତି

ନୂଆଦିଲ୍ଲୀ: ମଶାକୁ ନେଇ ଆଜିକାଲି ପ୍ରାୟ ସମସ୍ତେ ଚିନ୍ତିତ ରହୁଛନ୍ତି । ରାତିର ନିଦ ଛଡାଇ ନେଇ ଯାଉଛି ମଶା । ବେଳେବେଳେ ମଶାଙ୍କ କେବଳ ଗୋଟିଏ କାମୁଡା ମଧ୍ୟ ସୁସ୍ଥରୁ ସୁସ୍ଥ ବ୍ୟକ୍ତିକୁ ମୃତ୍ୟୁ ମୁଖରେ ପହଞ୍ଚାଇ ଦେଇଥାଏ । କିଛି ରିପୋର୍ଟ ଅନୁସାରେ, ଯେଉଁ ଜୀବଜନ୍ତୁମାନେ ମଣିଷର ଜୀବନ ନିଅନ୍ତି ସେମାନଙ୍କ ମଧ୍ୟରେ ମଶା ସବୁଠୁ ଉପରେ ରହିଛି । ତେବେ ଏହାରି ଭିତରେ ମଶା କାମୁଡାର ଏପରି ଏକ ଖବର ସାମନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।

ମଶାଙ୍କ କାମୁଡାରେ ହେଉଥିବା ଅନେକ ରୋଗ ବିଷୟରେ ଆପଣ ଶୁଣିଥିଲେ, କିନ୍ତୁ ମଶା କାମୁଡାରେ ଜଣେ ବ୍ୟକ୍ତି ୪ ସପ୍ତାହ ଯାଏ କୋମାକୁ ଚାଲିଯିବା କେବେ ଶୁଣି ନଥିବେ । ବ୍ୟକ୍ତିଙ୍କ ୩୦ ଅପରେସନ ମଧ୍ୟ କରାଯାଇଛି । ଜର୍ମାନୀର ସେବେଷ୍ଟିୟନ ରୋଟସଚକଙ୍କୁ ଏସିଆନ ଟାଇଗର ପ୍ରଜାତିର ମଶା କାମୁଡିଥିଲା ଏବଂ ସେ ମୃତ୍ୟୁ ମୁଖରେ ପଡ଼ିଥିଲେ ।

ରୋଡରମାର୍କ ନିବାସୀ ୨୭ ବର୍ଷୀୟ ସେବେଷ୍ଟିୟନ ରୋଟସଚକଙ୍କୁ ଏସିଆନ ଟାଇଗର ପ୍ରଜାତିର ମଶା କାମୁଡିବା ପରେ ତାଙ୍କ ରକ୍ତରେ ବିଷ ଖେଳି ଯାଇଥିଲା । ଡେଲି ଷ୍ଟାରର ରିପୋର୍ଟ ଅନୁସାରେ, ଏହାପରେ ତାଙ୍କ କିଡନୀ, ହୃତପିଣ୍ଡ ଏବଂ ଫୁସଫୁସ କାମ କରିବା ବନ୍ଦ କରିଥିଲା । ପ୍ରଥମେ ଫ୍ଲୁ ପରି ଲକ୍ଷଣ ଦେଖା ଦେଇଥିଲା ଏବଂ ପରେ ଶେଯରୁ ଉଠି ପାରି ନଥିଲେ । ତାଙ୍କର ବଞ୍ଚିବା ବି ମୁସ୍କିଲ ହୋଇପାଡିଥିଲା ।

ସେବେଷ୍ଟିୟନଙ୍କ ବାମ ଜଙ୍ଘରେ ସେରାଟିଆ ନାମକ ବ୍ୟାକ୍ଟେରିଆ ଆକ୍ରମଣ କରିଥିଲା ଏବଂ ଅଧା ଜଙ୍ଘ ଖାଇ ଦେଇଥିଲା । ପରେ ଏସିଆନ ଟାଇଗର ମଶା କାମୁଡି ଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଡାକ୍ତରମାନେ ସେବେଷ୍ଟିୟନଙ୍କ ଶରୀରରେ ୩୦ ଅପରେସନ କରିଥିଲେ । ଗୋଡର ଦୁଇଟି ଆଙ୍ଗୁଠି ମଧ୍ୟ କାଟିବାକୁ ପଡ଼ିଥିଲା । ସେ ୪ ସପ୍ତାହ ଯାଏଁ କୋମା ରହିଥିଲେ । ଆଇସିୟୁରେ ତାଙ୍କୁ ରଖାଯାଇ ଡାକ୍ତରୀ ଟିମ ଚିକିତ୍ସା କରାଇଥିଲେ।

Spread the love