ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ: ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ହେବ ଆଲୋଚନା

 ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ବୈଠକ ବସିବ। ବହୁ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା କରାଯିବ। ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର। ଏପଟେ, ଆଜି ବି ବିଧାନସଭାରେ ଶିକ୍ଷକ ତାତି। ଚାଲିପାରୁନି ପ୍ରଶ୍ନକାଳ। ଶୀତ ଅଧିବେଶନର ପଞ୍ଚମ ଦିନରେ ଗୃହ ଆରମ୍ଭରୁ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ବିରୋଧୀ ସଦସ୍ୟ। । ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ବାଚସ୍ପତି ଦେଇଥିବା ରୁଲିଂ କାର୍ଯ୍ୟକାରୀ ହେଲାନି। ଏହାକୁ ନେଇ ହଟୋଟଗୋଳ ଓ ନାରାବାଜି କରିଥିଲେ ବିରୋଧୀ। ଗୃହକାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

Spread the love