ଆଫଗାନିସ୍ତାନର ମଦରସାରେ ବିସ୍ଫୋରଣ, ୧୫ ମୃତ

ନୂଆଦିଲ୍ଲୀ, ୩୦।୧୧: ପୁଣିଥରେ ବିଷ୍ପୋରଣରେ ଥରିଲା ଆଫଗାନିସ୍ତାନ । ବୁଧବାର ଉତ୍ତର ଆଫଗାନିସ୍ତାନର ଏକ ମଦରସାରେ ବୋମା ବିଷ୍ପୋରଣ ହୋଇଛି । ଯଉଁଥିରେ ପାଖାପାଖି ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି । ମୃତକ ଏବଂ ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ମଦରସାରେ ନମାଜ ପରେ ଏହି ବିଷ୍ପୋରଣ ହୋଇଛି । ଏହି ଘଟଣାକୁ ନେଇ ତାଲିବାନ୍‌ ବୟାନ୍‌ ଜାରି କରିଛି । ୧୦ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ ସ୍ପଷ୍ଟ କରିଛନ୍ତି । ତାଲିବାନ୍‌ ଗୃହମନ୍ତ୍ରାଳୟର ମୁଖପାତ୍ର ଅବ୍‌ଦୁଲ୍‌ ନଫି ତାକୋର ଏନେଇ କହିଛନ୍ତି ଯେ ଉତ୍ତର ସମଂଗାନ ପ୍ରାନ୍ତର ରାଜଧାନୀ ଏବକ୍‌ରେ ଘଟିଥିବା ଏହି ବିଷ୍ପୋରଣରେ କେତେକ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ କେହି ନିଜକୁ ଦାୟୀ କରି ନାହାନ୍ତି ।

ତେବେ ଚଳିତ ମାସରେ ଆଫଗାନିସ୍ତାନର ରାଜଧାନୀ କାବୁଲ୍‌ର ଏକ ମସ୍‌ଜିଦ୍‌ ନିକଟରେ ବିଷ୍ପୋରଣ ହୋଇଥିଲା । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିଲେ । ରିପୋର୍ଟ ମୁତାବିକ ବିଷ୍ପୋରଣ ମସ୍‌ଜିଦ୍‌ ନକଟରେ ଥିବା ଗାଡ଼ିରେ ଘଟିଥିଲା । ଆତଙ୍କୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ ଏଥିପାଇଁ ନିଜକୁ ଦାୟୀ କରିଥିଲା ।

Spread the love