୧୨୫ ଏକର ସରକାରୀ ଜମିରୁ ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା ୦୧।୧୨ : ଅପରେସନ ଗ୍ରୀନ କ୍ଲିନ୍‌ । ୧୨୫ ଏକର ସରକାରୀ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଏହାକୁ ନଷ୍ଟ କରିଛି । ଖବର ଅନୁଯାୟୀ, ସରକାରୀ ଜମିରେ ଗଞ୍ଜେଇ ଚାଷ ଚାଲିଥିବା ନେଇ ଅବକାରୀ ବିଭାଗ ଓ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ କ. ନୂଆଗାଁ ଥାନା ସିର୍ତ୍ତିଗୁଡ଼ା ବେଡିପାମାହା ସ୍ଵର୍ଣ୍ଣପୁର ଅଞ୍ଚଳରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସରକାରୀ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରିଛି ଅବକାରୀ ବିଭାଗ ।ତେବେ ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଏନେଇ କ. ନୂଆଗାଁ ଥାନାରେ ଏନ.ଡି.ପି.ଏସ ଆକ୍ଟରେ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Spread the love