ଖୋଲିନି ମଣ୍ଡି,ଚିନ୍ତାରେ ଚାଷୀ,ଦଲାଲ ମାଲେମାଲ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୫ ତାରିଖ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୧ ଟି ପଞ୍ଚାୟତରେ ମଣ୍ଡି ଖୋଲିନ ଥିବା ବେଳେ ସଇଁନ୍ତଲା ବ୍ଲକ ର ବୁଢାବାହାଲ ଧାନ ମଣ୍ଡି ଖୋଲିଛି ହେଲେ ଅନ୍ୟ ସ୍ଥାନରେ କେବେ ଖୋଲିବ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଧାନ ମଣ୍ଡି ଖୋଲି ନାହିଁ ଯାହା ଫଳରେ ଚାଷୀ ଚିନ୍ତା ରେ ଭାଙ୍ଗି ପଡିଛି।ବୁଢାବାହାଲ ସମବାୟ ସମିତି ରେ ୫୪୨୦ କୁଇଣ୍ଟାଲ ଟାର୍ଗେଟ ରହିଥିବା ବେଳେ ଆଜି ସୁଦ୍ଧା ୧୨ଶହ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି।ହେଲେ ବ୍ଲକ ର କିଛି ମିଳରେ ଧାନ ଗଚ୍ଛିତ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରିବା ପାଇଁ ସାଧାରଣ ରେ ଦାବି ହେଇଛି।କମ ଟଙ୍କା ରେ ଦଲାଲ ଚାଷୀ ଙ୍କ ଠାରୁ ଧାନ କିଣି ମିଳରେ ଭର୍ତ୍ତି କରିଛି।ଏବେ ଅନେକ ଗାଁରେ ଦଲାଲ ଙ୍କ ରାଜ୍ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ମଧ୍ୟ ସାଜିଛି।ଅନେକ ଦଲାଲ ଚାଷୀଙ୍କ ଠାରୁ ଧାନ କିଣି ଚାଷୀଙ୍କ ଘର ମଧ୍ୟ ରହୁଛନ୍ତି ଓ ଯେମିତି କି ସେମାନେ ଆଉ ପ୍ରଶାସନ ଚଢ଼ାଉ ବେଳେ ଧରା ପଡିବେ ନାହିଁ।ଅନ୍ୟପକ୍ଷରେ ଘୁନସର ଗାଁରେ ଦଲାଲ ମାନେ କମ ଟଙ୍କା ରେ ଧାନ କିଣିବା ସହ ମିଳକୁ ରାତି ଅଧିଆ ଗାଡ଼ିରେ ଚାଲାଣ କରୁଛନ୍ତି ତେଣୁ ଯୋଗାଣ ବିଭାଗ ପକ୍ଷରୁ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଇଛି।

Spread the love