ଆଧାର କାର୍ଡ ସଂଶୋଧନ ସେବା ନାଁରେ ଗରିବଙ୍କୁ ଶୋଷଣ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଉପ ଡାକଘର କାର୍ଯ୍ୟଳୟ ପକ୍ଷରୁ ଆଧାର ପଞ୍ଜିକରଣ ଓ ସଂଶୋଧନ ସେବା ଯୋଗେଇ ଦିଆଯାଇଛି ବୋଲି ଏକ ପୋଷ୍ଟର ମଧ୍ୟ ଛପା ହୋଇଛି ହେଲେ ଗରିବ ଲୋକଙ୍କ ଠାରେ ସରକାରୀ ନିୟମରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।ସୂଚନା ମତେ,ସରକାର ଙ୍କ ପକ୍ଷରୁ ଉପ ଡାକଘର ମାଧ୍ୟମରେ ଲୋକ ସେବା ସହଯୋଗ କରିବା ପାଇଁ ଆଧାର ସଂଶୋଧନ ସେବା କେନ୍ଦ୍ର ଖୋଲାଯାଇଛି ହେଲେ ଦାୟିତ୍ୱ ରେ ଥିବା କର୍ମଚାରୀ ଜଣକ ଲୋକଙ୍କୁ ହଇରାଣ କରିବା ସହ ୧୦୦ ରୁ ଅଧିକ ଟଙ୍କା ଆଦାୟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।ଯଦି କୌଣସି ବ୍ୟକ୍ତି କାହିଁକି ଏତେ ଟଙ୍କା ନେଉଛନ୍ତି ବୋଲି ଦାୟିତ୍ୱ ରେ ଥିବା କର୍ମଚାରୀ ଙ୍କୁ ପଚାରିଲେ ନାଲିଆଖି ଦେଖାଉ ଥିବା ମଧ୍ୟ ଜଣାପଡିଛି।ସରକାରୀ ନିୟମ ଅନୁଯାୟୀ ପ୍ରତ୍ୟେକ ଆଧାର କାର୍ଡ ପିଛା ୨୫ ଟଙ୍କା ନେବାର ନିୟମ ରହିଛି ହେଲେ ଏହି ଉପ ଡାକଘର ଅଧିକ ଟଙ୍କା ନେଉଥିବା ବେଳେ ଗରିବ ଲୋକମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଛି।ତେଣୁ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି।

Spread the love