IND vs BAN : ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ବାଂଲାଦେଶ, ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ

ମୀରପୁର ୦୪।୧୨: ରବିବାରଠୁ ଭାରତ-ବାଂଲାଦେଶ ଦିନିକିଆ ସିରିଜ୍‌ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଘରୋଇ ଟିମ୍‌ ବାଂଲାଦେଶ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ପଡ଼ିଆକୁ ଓହ୍ଲାଇବ । ଓ୍ବାନଡେ’ ଦଳକୁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମ୍ୟାଚ୍‌ରେ ସବୁ ତାରକା ଖେଳାଳିଙ୍କୁ ଏକାଠି ଦେଖିବାକୁ ମିଳିବ । ତେବେ ପ୍ରଥମ ଦିନିକିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲର କୁଳଦୀପ ସେନ୍‌ ।ଭାରତୀୟ ଟିମ୍‌ – ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ଶାହାବାଜ୍‌ ଅହମ୍ମଦ, ୱାସିଂଟନ ସୁନ୍ଦର, ସୁର୍ଦଲ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ, କୁଳଦୀପ ସେନ୍‌ ।ବାଂଲାଦେଶ ଟିମ୍‌- ଲିଟନ ଦାସ(ଅଧିନାୟକ), ଅନାମୁଲ ହକ, ସାକିବ ଅଲ୍‌ ହାସନ, ଏନ୍‌.ଏଚ୍‌ ସାଣ୍ଟୋ, ମହମୁଦୁଲ୍ଲା, ମୁସଫିକର ରହିମ, ଏଚ୍‌ ଧ୍ରୁବ, ମେହଦି ହାସାନ ମିରାଜ, ହାସାନ ମହମ୍ମଦ, ମୁସ୍ତାଫିଜୁର ରେହମାନ, ଇବାଦତ ହୋସେନ।

Spread the love