ରାସ୍ତା ସମସ୍ୟା ପାଇଁ ରାସ୍ତାରୋକ କଲେ ଲୋକେ, ଅନିର୍ଦ୍ଧିଷ୍ଟ କାଳ ପାଇଁ ସୋର ବନ୍ଦ

ସୋର, ୦୫।୧୨: ରାସ୍ତା ସମସ୍ୟା ପାଇଁ ରାସ୍ତାରୋକ । ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ । ଏଭଳି ଏକ ଘଟଣା ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ସୋରରୁ ବାଗୁଡ଼ି ପର୍ଯ୍ୟନ୍ତ ଯିବା ଆସିବା ରାସ୍ତାସାରା ହଜାରେରୁ ଅଧିକ ଖାଲ l ପାଞ୍ଚ କିଲୋମିଟର ରାସ୍ତା ଯିବାକୁ ଲାଗୁଛି ଘଣ୍ଟାଏ ରୁ ଅଧିକ ସମୟ l ଏହି ରାସ୍ତାରେ ଲୋକେ ଯିବାକୁ ଭୟ କରୁଛନ୍ତି l କାରଣ ଏ ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି  l

ଏହାକୁ ଆଖି ଆଗରେ ରଖି ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ସୋର ବନ୍ଦ ଡାକରା ଦେଇଛନ୍ତି ଲୋକେ । ବରଫ କଳ ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଲୋକେ । ଫଳରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି । ଖବର ପାଇ ସୋର ବିଡ଼ିଓ, ତହସିଲଦାର ଏବଂ ସୋର ପୁଲିସ ପ୍ରଶାସନ ପହଞ୍ଚି ଧାରଣାକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି ।

Spread the love