ଧାନ କିଣା ନ ହେଉଣୁ ସଇଁନ୍ତଲା ପ୍ୟାକ୍ସ ରେ ଦୃନିତ ର ଗନ୍ଧ,ଚାଷୀଙ୍କ ମିଥ୍ୟା କାର୍ଡ ତିଆରି କରି ଧରା ପଡିଲେ ସମ୍ପାଦକ

ସଇଁନ୍ତଲା, ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ଅନେକ ଯୋଜନା କରିବା ସାଙ୍ଗକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ହେଲେ କିଛି ଅସାଧୁ କର୍ମଚାରୀ ଙ୍କ ଯୋଗୁଁ ଚାଷୀ ମାନେ ହଇରାଣ ମଧ୍ୟ ହେଉଥିବା ଅଭିଯୋଗ ହୋଇଛି ଏବଂ ଚାଷୀ ଙ୍କ ନାଁରେ ମିଥ୍ୟା ପଞ୍ଜିକରଣ କରିଥିବା ନେଇ ଧରା ପଡ଼ିଗଲେ ସମ୍ପାଦକ ଏବେ ଆଲୋଚନା ର ବିଷୟ ପାଲଟିଛି।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସଇଁନ୍ତଲା ସମବାୟ ସମିତିରେ। ସୂଚନାଯୋଗ୍ୟ ଯେ, କେରମେଲି ପଞ୍ଚାୟତ ଡ଼ଙ୍ଗରପଡ଼ା ଗାଁର ଚାଷୀ ବିରେନ୍ଦ୍ର ଭୋଇ ଙ୍କ ନାଁରେ ଧାନ ବିକ୍ରି କରିବା ପାଇଁ ମିଥ୍ୟା ପଞ୍ଜିକରଣ କରିବା ଘଟଣା ସମ୍ପର୍କରେ ଏବେ ଆଲୋଚନା ର ବିଷୟ ପାଲଟିଛି।ଚାଷୀ ଶ୍ରୀଯୁକ୍ତ ଭୋଇ ଜାଣି ନାହାଁନ୍ତି ତାଙ୍କ ନାଁରେ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରାଯାଇଛି।ଉକ୍ତ ସମବାୟ ସମିତିର ସମ୍ପାଦକ ବାବୁ ଜଣକ କାହିଁକି ତାଙ୍କର ନାଁରେ ଏଭଳି ଏକ ମିଥ୍ୟା ପଞ୍ଜିକରଣ କଲେ ଆଉ କାହା କାହା ନାଁରେ ଏଭଳି କରିଛନ୍ତି ତାହାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।ଅନେକ ଥର ଏହି ସମବାୟ ସମିତିର ସମ୍ପାଦକଙ୍କ ନାଁରେ ଅଭିଯୋଗ ହେଉଥିବା ବେଳେ କାର୍ଯ୍ୟନୁଷ୍ଠାନ ନେବା ପରିବର୍ତ୍ତେ ଉଚ୍ଚ ସ୍ତରୀୟ ଅଧିକାରୀ ମାନେ ସହଯୋଗ କରୁଥିବା ଜଣାପଡିଛି।ଉକ୍ତ ଚାଷୀଙ୍କ ଅଜାଣତରେ କିଭଳି ଭାବେ ପଞ୍ଜିକରଣ କରାଯାଇଅଛି ତାହାକୁ ନେଇ ଅନେକ ସନ୍ଧେହ ସୃଷ୍ଟି କରିଛି।ଏନେଇ ଚାଷୀ ଶ୍ରୀଯୁକ୍ତ ଭୋଇ ଘଟଣା ସମ୍ପର୍କରେ ଜାଣିବା ପରେ ଲିଖିତ ଭାବେ ତହସିଲଦାର ଙ୍କୁ ଜଣାଇଥିଲେ।ପରେ ତହସିଲଦାର ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ ଏବଂ ଘଟଣା ସମ୍ପର୍କରେ ଉକ୍ତ ସମବାୟ ସମିତିର ସମ୍ପାଦକ ମିଥ୍ୟା ପଞ୍ଜିକରଣ କରିଥିବା ଜାଣିବାକୁ ପାଇଥିଲେ।ଧାନ କିଣାରେ ମଧ୍ୟ ବ୍ୟାପକ ଦୃନିତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।ଏ ସମ୍ପର୍କରେ ସଇଁନ୍ତଲା ତହସିଲଦାର ମନସିଫିଲ କେରକେଟା ଙ୍କୁ ପଚାରିବାରୁ ତଦନ୍ତ କରାଯାଇଛି ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଲିଖିତ ଭାବେ ଜଣାଇବି ବୋଲି କହିଛନ୍ତି।ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

Spread the love