ପୂର୍ବତନ ବିଧାୟକଙ୍କ ସଙ୍ଗୀନ ଅଭିଯୋଗ, ଆନ୍ଦୋଳନ ଭଣ୍ଡୁର ପାଇଁ ଏହି ସବୁ ଯୋଜନା

ନୀଳଗିରି ୦୬।୧୨ : ନୀଳଗିରି ଆଇଟିଡିଏ ଦୁର୍ନୀତି ଜାଣିବା ପାଇଁ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଆରଟିଆଇ ଆବେଦନ କରିଥିଲେ। ହେଲେ ଆରଟିଆଇରେ କୌଣସି ସୂଚନା ନମିଳିବା ପ୍ରତିବାଦରେ ଚିତ୍ତରଞ୍ଜନ ଆନ୍ଦୋଳନ କରିଥିଲେ। ଆନ୍ଦୋଳନସ୍ଥଳକୁ ଭଣ୍ଡୁର କରିବା ପାଇଁ ଦୁର୍ବୃତ୍ତ ବାଇଢଙ୍କ ମାରିବା ସହ ଭଡ଼ାଟିଆ ଗୁଣ୍ଡା ଆଣି ଆନ୍ଦୋଳନକାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ଆନ୍ଦୋଳନ ପରେ ଉପ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ ଯେ, ଆରଟିଆଇ ତଥ୍ୟ ପାଇଁ ପୁନଃ ଆବେଦନ କଲେ ସମସ୍ତ ତଥ୍ୟ ମିଳିବ। ସେହି ଅନୁସାରେ ପୁଣି ଆବେଦନ ହୋଇଥିବା ବେଳେ ତଥ୍ୟ କାଳେ ଲିକ ହେବ ଆଉ ମହାଦୁର୍ନୀତି ଖୋଲିଯିବ । ଏନେଇ ପୁଣି ଆଉ ଏକ ଡ୍ରାମା ଆରମ୍ଭ  ହୋଇଗଲା। ସୂଚନା ଅଧିକାର ଆଇନକୁ ଉଲଂଘନ କରି ଆନୁମାନିକ ଭାବେ ଏପ୍ରୋକ୍ସମେଟାଲୀ ଭଳି ଶବ୍ଦ ପ୍ରୟୋଗ କରି ୩୩୯୯୧ ପେଜପାଇଁ ୬୭୯୮୨ ଟଙ୍କା ଜମା କରିବାକୁ ଚିଠି କରିବା ଦୁର୍ଭାଗ୍ୟଜନକ କହିଛନ୍ତି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ।

ଏକ ସାମ୍ବାଦିକ ସମ୍ମିଳନୀ କରି ଚିତ୍ତରଞ୍ଜନ କହିଛନ୍ତି,  ଆଇଟିଡିଏ ସଂସ୍ଥା ବୋଧହୁଏ ଜଣେ ବୋକା  କିମ୍ବା ଅପାଠୁଆ ଭଳି ଭାବୁଛି ।ସରକାରୀ ଚାକିରି କରିଛନ୍ତି ସତ ହେଲେ ସରକାରୀ ନିୟମ କାନୁନ ତାଙ୍କୁ ଆଦୌ ଜଣାନାହିଁ ବୋଲି କହିଛନ୍ତି।ଜଣେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପାଇବାକୁ ହେଲେ ତାଙ୍କୁ ସଠିକ କପିର ଦୁଇ ଟଙ୍କା ହିସାବରେ ଜମା କରିବାକୁ ଚିଠି ହୋଇ ୧୫ ଦିନ ଭିତରେ ପୈଠ କରିବାକୁ କୁହାଯାଏ।ହେଲେ ମୁଁ ମାଗିଥିବା ତଥ୍ୟରେ କେତେ କପି ନଜାଣି ଆନୁମାନିକ କରିବା ଭଳି ଶବ୍ଦ କେତେଦୂର ଯଥାର୍ଥ।ବୋଧହୁଏ ଭାବୁଥିବେ ଏତେ ଗୁଡ଼ାଇ ଟଙ୍କା ଜମା ନକରି ମୋର ନଜର ହଟାଯିବ।୬୭ ହଜାର କଣ ଲକ୍ଷେ ୬୭ ହଜାର ହୋଇଥିଲେ ବି ମୋର ସମ୍ପତ୍ତି ବିକ୍ରିକରି ଟଙ୍କା ପୈଠ କରିବି।ହେଲେ ନୀଳଗିରି ସ୍ୱାଭିମାନ ତଳେ ପକାଇ ଦେବାକୁ ଦେବିନି।ଏଭଳି ଅଭିଯୋଗ ଉଠାଇ ସେ ଆଇଟିଡିଏ ଉପରେ ବର୍ଷିଛନ୍ତି।ଆଗକୁ ଦୁର୍ନୀତି ବିରୋଧରେ ସେ ତାଙ୍କର ସଂଗ୍ରାମ ଜୋରଦାର କରିବେ ବୋଲି ସୂଚନା ଦେଇଛନ୍ତି।

Spread the love