ସଂସଦରେ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୭।୧୨: ରାଜ୍ୟସଭା ସଭାପତି ଜଗଦ୍ଦୀପ ଧନଖଡଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦନରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ସଦନ ସହିତ ଦେଶବାସୀଙ୍କ ପକ୍ଷରୁ ସଭାପତିଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ସଂଘର୍ଷମୟ ଜୀବନରେ ଆପଣ ଏହି ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ଆପଣ ସଦନରେ ଏହି ପ୍ରତିଷ୍ଠିତ ପଦର ଶୋଭା ବର୍ଦ୍ଧନ କରୁଛନ୍ତି , ଯାହା ଅନ୍ୟମାନଙ୍କ ଲାଗି ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ରାଜ୍ୟସଭା ସଭାପତି ଜଗଦ୍ଦୀପ ଧନଖଡଙ୍କୁ ପ୍ରଧାନମନ୍ତ୍ରୀ ଗୃହରେ କୃଷକ ପୁତ୍ର ବୋଲି କହିଛନ୍ତି, ଯିଏ ସୈନିକ ସ୍କୁଲରେ ପାଠ ପଢିଥିଲେ। ଏହିପ୍ରକାର ସେ ଜବାନ ଓ କିସାନଙ୍କ ସହ ଅତି ନିକଟରୁ ସମ୍ପୃକ୍ତ ବୋଲି କହିଛନ୍ତି ନରେନ୍ଦ୍ର ମୋଦି। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂସଦ ଅଧିବେଶନ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ଓ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ଆମର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦଳିତ ସମାଜରୁ ଥିଲେ। ଏବେ ଆମ ଉପ ରାଷ୍ଟ୍ରପତି ଜଣେ କୃଷକଙ୍କ ପୁଅ। ସେ କହିଛନ୍ତି ଯେ ଆମ ଉପରାଷ୍ଟ୍ରପତିଙ୍କର ଆଇନ ସମ୍ବଦ୍ଧିତ ଜ୍ଞାନ ପ୍ରଖର। ରାଜ୍ୟସଭାରେ ଅନେକ ଓକିଲ ଅଛନ୍ତି ଏଣୁ ଉପରାଷ୍ଟ୍ରପତିଙ୍କୁ ସୁପ୍ରିମକୋର୍ଟରେ ଓକିଲ ସାଥୀଙ୍କ ଅଭାବ ଅନୁଭବ ହେବ ନାହିଁ।

Spread the love