କଟକ ଛାଡିଲେ ହାତୀପଲ

କଟକକୁ ଆଉ ନାହଁ ହାତୀ ବିପଦ । କଟକ ଛାଡିଲେ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ମହାନଦୀ ପଠାରୁ ହାତୀପଲ ପଳାଇଛନ୍ତି। ପାଣି ଭିତରେ ନୂଆପାଟଣା ମଧୁସୁଦନ ବ୍ରିଜ୍‌ ପାର ହୋଇ ହାତୀପଲ ଆଠଗଡ ବନଖଣ୍ଡ ଆଡକୁ ଯାଉଛନ୍ତି ।

କଟକ ଗଡଗଡିଆ ଘାଟରୁ ଅଳ୍ପ କିଛି ଦୂର ହରିଣ ପାର୍କ ସମ୍ମୁଖ ନଦୀପଠାରେ ୧୪ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଥିଲା । ହାତୀପଲ ସହର ଭିତରକୁ ପଶି ଆସିବା ଆଶଙ୍କାରେ ଭୟଭୀତ ଥିଲେ ସହରବାସୀ । ଚନ୍ଦକା ଅଭୟାରଣ୍ୟରୁ ହାତୀପଲ ପଳାଇ ଆସିଥିବା କୁହାଯାଉଛି । ହାତୀ ପଲରେ କିଛି ଛୁଆ ଓ ବଡ଼ ହାତୀ ଅଛନ୍ତି । ରାତି ତମାମ ନିଆଁ ଜାଳି ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଥିଲା ବନ ବିଭାଗ ।

Spread the love