ଅରୁଣାଚଳ ସଂଘର୍ଷ: ଉତ୍ତେଜନା ସୃଷ୍ଟିକାରୀ କହି ଚୀନ୍‌କୁ ଭର୍ତ୍ସନା କଲା ଆମେରିକା

ଚେନ୍ନାଇ: ଅକାରଣରେ ପ୍ରତିକ୍ରିୟା ଉଦ୍ରେକ କରୁଥିବା କାରଣରୁ ଚୀନ୍‌କୁ ଭର୍ତ୍ସନା କରିବା ସହିତ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା କଥା ମଙ୍ଗଳବାର ଆମେରିକା କହିଛି।ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ପେଣ୍ଟାଗନ୍‌ କହିଛି: ଭାରତ-ଚୀନ୍‌ ସୀମାନ୍ତ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ପରିସ୍ଥିତି ଉପରେ ପ୍ରତିରକ୍ଷା ବିଭାଗ ତୀବ୍ର ଦୃଷ୍ଟି ରଖିଛି।

ଭାରତ ଓ ଚୀନ୍‌ ସେନା ମଧ୍ୟରେ ସଙ୍ଗଠିତ ଡିସେମ୍ବର ୯ ସଂଘର୍ଷ ଘଟଣା ସଂକ୍ରାନ୍ତରେ ପେଣ୍ଟାଗନ୍‌ର ପ୍ରେସ୍‌ ସଚିବ ପ୍ୟାଟ୍‌ ରାଇଡର୍‌ କହିଛନ୍ତି, ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚୀନ୍‌ ସୈନିକ ଏକତ୍ର କରିବା ଓ ସାମରିକ ଭିତ୍ତିଭୂମି ନିର୍ମାଣ କରିବା କଥା ଆମେରିକା ଦେଖିଛି। ଉତ୍ତେଜନା ହ୍ରାସ ପାଇଁ ଭାରତ ଚଳାଇଥିବା ଉଦ୍ୟମକୁ ଆମେରିକା ପୂର୍ଣ୍ଣ ସମର୍ଥନ କରୁଛି।

Spread the love