୨୨ବର୍ଷ ପରେ ସ୍ବାମୀ ଘର ସାମ୍ନାରେ ମା’ ପୁଅଙ୍କ ଧାରଣା

୨୨ବର୍ଷ ପରେ ସ୍ବାମୀ ଘର ସାମ୍ନାରେ ମା ପୁଅଙ୍କ ଧାରଣା  । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଶୁକଦେବପୁର ୧୪ ଓ୍ୱାର୍ଡରେ ଦେଖିବାକୁ ମିଳିଛି ଏହି ଘଟଣା।  ନିଜ ଅଧିକାର ପାଇଁ ୨୨ବର୍ଷ ପରେ ମା ପୁଅ ମଧ୍ୟପ୍ରଦେଶରୁ ଆସି ନିଜ ସ୍ୱାମୀ ଘର ଆଗରେ ଧାରଣାରେ ବସିଛନ୍ତି ।ସୂଚନା ମୁତାବକ, ସେହି ଗ୍ରାମର କରୁଣାକର ଦାସଙ୍କ ପୁଅ କଳ୍ପତରୁ ଦାସ ସୁରକ୍ଷା ବାହିନୀରେ ଚାକିରୀ କରୁଥିଲେ । ସେତେବେଳେ ସେଠାରେ ଚାକିରୀ କରୁଥିବା ସମୟରେ ନିତୁ ନାମକ ଏକ ଝିଅ ସହିତ କଳ୍ପତରୁଙ୍କର ପ୍ରେମ ସମ୍ପର୍କ ଗଡି ଉଠିଥିଲା । ପରେ ୨୦୦ମସିହାରେ ସେହି ମଧ୍ୟପ୍ରଦେଶରେ କଳ୍ପତରୁ ତାଙ୍କୁ ପ୍ରେମ ବିବାହ କରିଥିବା କଥା ନିତୁ କହିଛନ୍ତି । ପରେ କଳ୍ପତରୁ ନିଜ ସ୍ତ୍ରୀ ନିତୁକୁ ନେଇ ନିଜ ଘର ଶୁକଦେବପୁର ଚାଲି ଆସିଥିଲେ । ଏଠାରେ ଦୀର୍ଘ ୨ବର୍ଷ ରହିବା ପରେ ତାଙ୍କର ଏକପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଏହାପରେ କଳ୍ପତରୁର ପରିବାର ଲୋକ ନିତୁକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଘରୁ ବାହାର କରି ଦେଇଥିଲେ ।

ନିତୁ ନିର୍ଯ୍ୟାତନା ସହି ନପାରି ନିଜ ୨ବର୍ଷର ଶିଶୁ ପୁତ୍ରକୁ ଧରି ୨୦୦୨ମସିହାରେ ଘର ଛାଡି ନିଜ ବାପଘର ମଧ୍ୟପ୍ରଦେଶ ପଳାଇ ଯାଇଥିଲେ । ସେବେଠାରୁ ଆଉ ମାଡ ଭୟରେ ଶୁକଦେବପୁର ଫେରିନଥିଲେ ନିତୁ ଓ ତାଙ୍କ ପୁଅ । ଦୀର୍ଘ ୨୨ବର୍ଷ ପରେ ପୁଅ ବଡ ହେବା ପରେ ନିଜର ପିତୃ ପରିଚୟ ଖୋଜିଥିଲେ । ନିତୁ ନିଜ ପୁଅକୁ ପିତୃ ପରିଚୟ ଦେବା ପାଇଁ ୨୨ ବର୍ଷ ପରେ ପୁଅକୁ ଧରି ପହଁଚିଥିଲେ ଶୁକଦେବପୁର ନିଜ ଶ୍ବଶୁର ଘରେ ।

ହେଲେ ଏଠାରେ ପହଂଚି ଦେଖନ୍ତି ତାଙ୍କ ସ୍ୱାମୀ ଦ୍ବିତୀୟ ବିବାହ କରିସାରିଥିବାବେଳେ, ତାଙ୍କର ଏକ ପୁତ୍ର ଓ କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ଏବେ କଳ୍ପତରୁ ସୈନିକ ଚାକୀରିରୁ ଅବସର ନେଇ ବାଲେଶ୍ୱରର ଡାକ ବିଭାଗର ଚାକିରୀ କରିଛନ୍ତି । ବାଧ୍ୟ ହୋଇ ନିତୁ ଓ ତାଙ୍କ ପୁଅ ନିଜର ଅଧିକାର ଦାବି କରି ଶ୍ବଶୁର ଘରକୁ ଯାଇଥିଲେ। ହେଲେ ଶ୍ବଶୁର ଓ ପରିବାର ଲୋକ ତାଙ୍କୁ ଘର ଭିତରକୁ ଯିବାକୁ ଦେଇନଥିଲେ । ବାଧ୍ୟ ହୋଇ ନିତୁ ଓ ତାଙ୍କ ପୁଅ ୨ଦିନ ଧରି ଘର ଦୁଆର ମୁହଁରେ ବସିବା ପରେ ବାଧ୍ୟ ହୋଇ ନକଟସ୍ଥ ବାସୁଦେବପୁର ଥାନାରେ ଦ୍ୱାରସ୍ତ ହୋଇଛନ୍ତି । ଯେ ପର୍ଯ୍ୟନ୍ତ ନିଜ ପୁଅର ଅଧିକାର ନମିଳିଛି ସେତେ ପର୍ଯ୍ୟନ୍ତ ସେ ଏଠାରୁ ଯିବେ ନାହିଁ ବୋଲି କହିଛନ୍ତି ନିତୁ ଦାସ ।

Spread the love