ଓଡ଼ିଶା ଫେରିବା ପରେ ଉଷା ପାଢୀଙ୍କୁ ମିଳିଲା ନୂଆ ଦାୟିତ୍ୱ, ଜାଣିନିଅନ୍ତୁ କେଉଁ ବିଭାଗରେ ହେଲେ ସଚିବ

କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ୍‌ ଅଧିକାରୀ ଉଷା ପାଢୀ ଓଡ଼ିଶା ଫେରିବା ପରେ ତାଙ୍କୁ ମିଳିଛି ନୂଆ ଦାୟିତ୍ୱ। ତାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି। ଏହାସହ ଅତିରିକ୍ତ ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ ଉଷା ପାଢୀ। ପୂର୍ବରୁ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ପାଖରେ ଥିଲା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ। ସେହିପରି ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ପାଖରେ ଥିଲା ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ।

 

 

Spread the love