ଆଳୁ ମଟର ତରକାରୀ

ଆବଶ୍ୟକୀୟ ସାମଗ୍ରୀ :

ଗାଜର, ଆଳୁ, ଗ୍ରୀନ ମଟର, ଟମାଟର, କଞ୍ଚାଲଙ୍କା, ସୋରିଷ ତେଲ, ଧନିଆ ପତ୍ର, ଜିରା, ହେଙ୍ଗୁ, ହଳଦୀ ପାଉଡର, ଧନିଆ ପାଉଡର, ଲୁଣ, ଅଦା ପେଷ୍ଟ, ଲଙ୍କା ପାଉଡର, ଗରମ ମସଲା ।

ପ୍ରସ୍ତୁତ ପ୍ରଣାଳୀ : ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଟମାଟର, କଞ୍ଚାଲଙ୍କା ପେଷ୍ଟ କରିଦିଅନ୍ତୁ। ଏଥିପାଇଁ ଟମାଟରକୁ ଛୋଟ ଛୋଟ କରି କାଟିବା ପରେ ଗ୍ରାଇଣ୍ଡରେ କଞ୍ଚାଲଙ୍କା ସହିତ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏବେ ଏକ ପ୍ୟାନରେ ତେଲ ଗରମ କରି, ସେହି ତେଲରେ ଜିରା ହେଙ୍ଗୁ ପକାଇ ଦିଅନ୍ତୁ। ଏବେ ସେଥିରେ ହଳଦୀ ପାଉଡର, ଅଦା ପେଷ୍ଟ, ଧନିଆପତ୍ର ଏବଂ ଟମାଟର ଲଙ୍କା ପେଷ୍ଟ ପକାଇ ଦିଅନ୍ତୁ।

 

ଏହା ପରେ ମସଲାରେ ଲଙ୍କା ପାଉଡର ପକାଇ ମସଲାକୁ ଲଗାତାର କଷାନ୍ତୁ। ମସଲା ତେଲ ଛାଡିବା ପରେ ପରିବାକୁ କାଟି ଦିଅନ୍ତୁ । ଗାଜର ଏବଂ ଆଳୁକୁ ଭଲ ଭାବେ ଧୋଇ ଚୋପା ଛଡାଇ ଛୋଟ ଛୋଟ କରି କାଟିଦିଅନ୍ତୁ। ମସଲା ଭଲଭାବେ କଷାଇ ହେବା ପରେ ସେଥିରେ ପରିବା ମଟର ଦାନା, ଲୁଣ ପକାଇ ଦିଅନ୍ତୁ। ସବୁ ଜିନିଷକୁ ଭଲ ଭାବେ ମିଶାଇବା ପରେ ପରେ ଅଳ୍ପ ପାଣି ଦିଅନ୍ତୁ। ଏବେ ପରିବାକୁ ଘୋଡାଇ ଅଳ୍ପ ଆଞ୍ଚରେ ୫ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ ।

୫ ମିନିଟ୍‌ ଘାଣ୍ଟିବା ପରେ ପରିବା ଚେକ୍‌ କରିଦିଅନ୍ତୁ । ପୁଣି ୫ ମିନିଟ୍‌ ବସାଇବା ପରେ ପରିବା ସିଝିଗଲା ପରେ କାଢିଦିଅନ୍ତୁ। ପରିବା ଭଲଭାବେ ସିଝିଯିବା ପରେ ଗରମ ମସଲା ଏବଂ ଧନିଆ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ତରକାରୀ ପ୍ରସ୍ତୁତ। ଏହାକୁ ଆପଣ ଗରମ ଗରମ ପୁରି କିମ୍ବା ରୁଟି ସହିତ ଖାଇପାରିବେ ।

Spread the love