ମାଲେସିଆରେ ଭୟଙ୍କର ଭୁସ୍ଖଳନ । ୨୧ ମୃତ

ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଭୟଙ୍କର ଭୁସ୍ଖଳନ । ଏହି ଭୁସ୍ଖଳନରେ ଏପର୍ଯ୍ୟନ୍ତ ୨୧ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଲୋକେ ଏବେବି ନିଖୋଜ ଅଛନ୍ତି । ମାଟି ଅତଡ଼ା ତଳେ ଫସିଥିବା ବା ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ପ୍ରୟାସ ଜାରି ରଖିଛି ।

କୁଆଲାଲୁମ୍ପୁର ଠାରୁ ପ୍ରାୟ ୫୦ କିଲୋମିଟର ଦୂର ସେଲାଙ୍ଗରର ବତାଙ୍ଗ କାଲିରେ ଏକ କ୍ୟାମ୍ପ ସାଇଟରେ ଏହି ଭୁସ୍ଖଳନ ହୋଇଥିଲା । ଯେଉଁଠାରେ ପ୍ରାୟ ୯୦ ଲୋକ ଉପସ୍ଥିତ ଥିଲେ । ଘଟଣା ସମୟରେ ସବୁ ଲୋକେ ଶୋଇଥିଲେ ଏବଂ ସେତେବେଳେ କ୍ୟାମ୍ପ୍ ସାଇଟରୁ ପ୍ରାୟ ୩୦ ମିଟର ଉପରୁ ମାଟି ଅତଡ଼ା ଖସିଥିଲା । ଏହାର ପ୍ରଭାବରେ ପାଖାପାଖି ୩ ଏକର ଜାଗାରେ ମାଟିର ଆସର ଦେଖିବାକୁ ମିଳିଥିଲା । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Spread the love