ପୁଷପୁନି ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ସଇଁନ୍ତଲା:ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗାଁରେ ଶ୍ରୀ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ଆସନ୍ତା ଜାନୁ୍ୟାରୀ 8 ତାରିଖ ଦିନ ହେବାକୁ ଯାଉଥିବା ପୁଷପୁନି ଭେଟଘାଟ ପାଇଁ

ଯୁବକ ସଂଘର ସଭାପତି ପ୍ରେମାନନ୍ଦ ବାଗ ଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଆଶିଷ କୁମ୍ଭାର, ମୁକ୍ତା, କମେଡି କିଙ୍ଗ ଯୋଗେଶ ଜୋଜୋ, ସଙ୍ଗୀତ ନିର୍ଦେଶକ ଜନକ ସେଠ, କଣ୍ଠଶିଳ୍ପୀ ମୁଗ୍ଧା ଦାଶ, ଓଡିଶା ସୁନ୍ଦରୀ ମାମି ଦାଶ,କିରଣ ଶତପଥି, ଅନନ୍ତ, ହାସ୍ୟକବି ଅର୍ଜୁନ କୁମାର ସାହୁ, ଶ୍ଵେତାମୟୀ ଯାନୀ ସମେତ ଅନେକ ଗୁଡିଏ କଲାକାର ଯୋଗଦେବାର ରହିଥିବା ବେଳେ କିଭଳି ଶାନ୍ତି ଶୃଙ୍ଖଳା ଭାବେ ଏହି କାର୍ଯ୍ୟକ୍ରମ ହେବ ସେନେଇ ଆଲୋଚନା ହୋଇଥିଲା l ଏହି ସଭାରେ ଯୁବକ ସଂଘର ସମ୍ପାଦକ ମନୋଜ ସାହୁ, ରବିଚନ୍ଦ୍ର ନାଏକ, ନିଧି ରଣା, ଚମ୍ପୁ ରଣା, ସ୍ୱାଗତ କୁମାର ନାଏକ, ଜ୍ୟୋତି ରଣା, ସୂର୍ଯ୍ୟ ମଣି ସାହୁ, ଦୁର୍ଯ୍ୟୋଧନ ସାହୁ, ପ୍ରମୋଦ କୁମ୍ଭାର, ବିନୋଦ ରଣା, ଲାଲୁ ରଣା, ବିମଳ ବେହେରା, ନେନ୍ଦ ରଣା, ପିଙ୍କୁ ରଣା, ବିଷ୍ଣୁ ଭୋଇ, ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ…

Spread the love