ଦୁର୍ନୀତି, ଅସ୍ଥିରତା ଏବଂ ରାଜନୈତିକ ପକ୍ଷପାତକୁ ଆମେ ରେଡ୍ କାର୍ଡ଼ ଦେଇଛୁ: ମୋଦି

ଶିଲଂ: ଆଜି ପ୍ରଧାନମନ୍ତ୍ରୀ ମେଘାଳୟର ଶିଲଂରେ ଆୟୋଜିତ ନର୍ଥଇଷ୍ଟର୍ଣ୍ଣ କାଉନ୍‌ସିଲ୍‌ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇଥିଲେ।ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କୁ ସିଲଙ୍ଗର ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଛି । ପରେ ପରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରିଥିଲେ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରେ ସେ କହିଛନ୍ତି ଯେ, ବିଜେପି ସରକାର ସ୍ୱଳ୍ପ ବିକାଶ, ଦୁର୍ନୀତି, ଅସ୍ଥିରତା ଏବଂ ରାଜନୈତିକ ପକ୍ଷପାତ ଭଳି ବାଧାକୁ ରେଡ୍‌ କାର୍ଡ ଦେଇଛନ୍ତି। ସେ କହିଛନ୍ତି, ଫୁଟ୍‌ବଲ୍‌ ଖେଳରେ କେହି ଫାଉଲ୍‌ ମାରିଲେ କି, ଖେଳାଳିର ନୈତିକତାର ବିରୁଦ୍ଧାଚରଣ କଲେ ରେଡ୍‌ କାର୍ଡ ଦିଆଯାଏ। ସେହିଭଳି ଗତ ୮ ବର୍ଷରେ ଆମେ ସ୍ୱଳ୍ପ ବିକାଶ, ଦୁର୍ନୀତି, ରାଜନୈତିକ ପକ୍ଷପାତ ଓ ଅସ୍ଥିରତାକୁ ରେଡ୍‌ କାର୍ଡ ଦେଖାଇଛୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଉକ୍ତ ଅଞ୍ଚଳରେ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଏବଂ ୯୦ଟି ପ୍ରମୁଖ କ୍ରୀଡ଼ା ପ୍ରକଳ୍ପ ସହିତ ଉତ୍ତରପୂର୍ବରେ କ୍ରୀଡ଼ାର ବିକାଶ ଉପରେ ଧ୍ୟାନ ଦିଆଯାଉଛି ।

ଫୁଟ୍‌ବଲ୍‌ ବିଶ୍ୱକପ୍‌ ଖେଳାଯିବାକୁ ଥିବା ବେଳେ ଆଜି ମୁଁ ଏଠାରେ ଉପସ୍ଥିତ ହୋଇଛି। ଫୁଟ୍‌ବଲ୍‌ପ୍ରେମୀଙ୍କ ଗହଣରେ ଫୁଟ୍‌ବଲ୍‌ ପଡ଼ିଆରେ ମୁଁ ଶିଲଂରେ ରାଲି କରୁଛି। କତାର୍‌ରେ ଫୁଟ୍‌ବଲ୍‌ ଖେଳ ଚହଳ ପକାଇଥିବା ବେଳେ ଏଠାରେ ଆମେ ବିକାଶ କ୍ଷେତ୍ରରେ ଚହଳ ସୃଷ୍ଟି କରୁଛୁ। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି, ଅଳ୍ପ ଦିନ ପରେ ଆମେ ଏଭଳି ବୈଶ୍ୱିକ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରିବୁ। ଆମେ ଆମ ଟିମ୍‌କୁ ଉତ୍ସାହି କରିବୁ।  ଉତ୍ତରପୂର୍ବରେ ୬ ହଜାର ମୋବାଇଲ୍‌ ଟାୱାର୍‌ ନିର୍ମାଣ ହେବ।  ସେଥି ପାଇଁ କେନ୍ଦ୍ର ସରକାର ୫୦୦୦ କୋଟି ଟଙ୍କା ବ୍ୟୟ କରିବେ ବୋଲି ସେ ଘୋଷଣା କରିଛନ୍ତି।

Spread the love