ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା, କୁରାଳ ଗାଁର ସୁଣ୍ଢି ସାହିରୁ ବନ୍ଦ ଘର ଭିତରୁ ଉଦ୍ଧାର

ଉଦ୍ଧାର ହେଲା ନିଖୋଜ ଅମ୍ରିତ। ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା। କୁରାଳ ଗାଁର ସୁଣ୍ଢି ସାହିରୁ ବନ୍ଦ ଘର ଭିତରୁ ଉଦ୍ଧାର କରାଯାଇଛି। ତାଲା ଭାଙ୍ଗି ଘର ଭିତରୁ ଅମ୍ରିତକୁ ବାହାର କରିଛନ୍ତି ଗ୍ରାମବାସୀ। ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଉଛି। ଗତ ୧୫ ତାରିଖରେ ଟିଉସନ୍‌ରୁ ଫେରୁଥିବାବେଳେ ନିଖୋଜ ହୋଇଯାଇଥିଲେ କୁରାଳ ଗାଁର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର । ଅମି୍ରତକୁ ଅପହରଣ କରାଯାଇଥିବା ସନ୍ଦେହ କରି ପରିବାରଲୋକେ CBI ତଦନ୍ତ ପାଇଁ ଦାବି କରିଥିଲେ।

Spread the love