ସୈର ପ୍ରକଳ୍ପ କୁ ନେଇ ସଇଁନ୍ତଲା କୋର୍ଟ ପରିସରରେ ଚାପ ଉତ୍ତେଜନା

ସଇଁନ୍ତଲା: ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରୀପାଲି ପଞ୍ଚାୟତର ଡୁଙ୍ଗୁରୀପାଲି ଓ ତେଣ୍ଡିପାଲି ନିକଟରେ ନିର୍ମାଣ ହେଉଥିବା ସୌର ପ୍ରକଳ୍ପ କୁ ଜିଲ୍ଲା ଯୁବ କନ୍ଧ ସମାଜ ଦୀର୍ଘ ଦିନ ରୁ ବିରୋଧ କରିଆସୁଥିଲା।ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କୁ ବନ୍ଦ କରିବା ପାଇଁ ଓଡ଼ିଶା ହାଇକୋର୍ଟ ରହିତା ଦେଶ ଦେଇଥିଲା ହେଲେ ପରବର୍ତ୍ତୀ ସମୟରେ କମ୍ପାନୀ ପକ୍ଷରୁ ଚେଳେଜ କରିଥିବା ପରେ ପୁଣିଥରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଦେଶ ଦେଇଥିଲା ହେଲେ ଯୁବ କନ୍ଧ ସମାଜ ହାଇକୋର୍ଟର ନିର୍ଦ୍ଧେଶ କୁ ନ ମାନି ଅନ୍ଦୋଳନ କରିଆସୁଥିଲେ ହେଲେ ଗତ କାଲି ଖୁସିରାମ ଜାନୀ ନାମ କ ଜଣେ କନ୍ଧ ସମାଜ ର କାର୍ଯ୍ୟକର୍ତ୍ତା ବିଶୃଙ୍ଖଳା ଓ ଅସାମାଜିକ କାର୍ଯ୍ୟକଲାପ କରୁଥିବା ନେଇ ଗତ କାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ତାର ପ୍ରତିବାଦ ରେ ଆଜି ଯୁବ କନ୍ଧ ସମାଜ ର କାର୍ଯ୍ୟକର୍ତ୍ତା ସଇଁନ୍ତଲା ସିଭିଲ କୋର୍ଟ ପରିସରରେ ଆନ୍ଦୋଳନ କରିଥିଲେ।

ଆନ୍ଦୋଳନ ବେଲେ କିଛି ଆନ୍ଦୋଳନ କାରୀ କୋର୍ଟ ପରିସରକୁ ଜୋରଜବରଦସ୍ତି ପ୍ରବେଶ କରିବା ସହ ପୋଲିସ, ଆଇନଜୀବୀ ଓ କିଛି ଗଣମାଧ୍ୟମ ପ୍ରତିନିଧି କୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁଇଜଣ ଆନ୍ଦୋଳନକାରି ଧନେଶ୍ଵର ମାଝୀ ଓ ଲାଲୁ ମାଝୀଙ୍କୁ ଅଟକ ରଖିଥିବା ବେଳେ ବଲାଙ୍ଗୀର ଏସପି ନୀତିନ କୁଶଳକର ଘଟଣା ସ୍ଥଳ କୁ ପହଞ୍ଚି ଘଟଣା ର ଯାଞ୍ଚ କରି ଦୋଷୀଙ୍କ ବିରୋଧ ରେ ଉପଯୁକ୍ତ କାର୍ଯୁଷ୍ଠାନ ନେବା ପାଇଁ କହିଥିଲେ।ଘଟଣା ସ୍ଥଳେ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ସଇଁତଳା ଥାନା ଅଧିକାରୀ ଅବନୀ ସାହୁ ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା ସମେତ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

Spread the love