ହସ୍ପିଟାଲରୁ ଗୋବିନ୍ଦଙ୍କ ମୃତଦେହ ନେବାକୁ ମନାକଲେ ସମ୍ପର୍କୀୟ: କହିଲେ ଗାଁରେ ମରଶରୀରକୁ ପହଞ୍ଚାଉ ପୁଲିସ

ଗୋବିନ୍ଦ ସାହୁଙ୍କ ମୃତଦେହକୁ ଗ୍ରହଣ କରିବାକୁ ମନା କଲେ ସଂପର୍କୀୟ ଲୋକେ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ବ୍ୟବଚ୍ଛେଦ ସରିବା ପରେ ମୃତଦେହକୁ ସଂପର୍କୀୟଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ସଂପର୍କୀୟ ଲୋକେ ମୃତଦେହକୁ ନେବେ ନାହିଁ ବୋଲି ମନା କରିଛନ୍ତି । କହିଛନ୍ତି, ଗୋବିନ୍ଦ ସାହୁଙ୍କ ମରଶରୀରକୁ ପୋଲିସ ମହାଲିଙ୍ଗକୁ ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରୁ । ବଲାଙ୍ଗିର ମେଡିକାଲ କଲେଜରୁ ସେମାନେ ମୃତଦେହ ନେବେ ନାହିଁ । ତେଣୁ ପୁଲିସ ଏବେ ଦ୍ୱନ୍ଦରେ ରହିଛି । ଆଜି ସକାଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋବିନ୍ଦ ସାହୁଙ୍କ ଶବ ବ୍ୟବଚ୍ଛେଦ ହୋଇଛି । ପୋଷ୍ଟମର୍ଟମର ଭିଡ଼ିଓଗ୍ରାଫି ମଧ୍ୟ କରାଯାଇଛି ।

ଗୋବିନ୍ଦଙ୍କ ପରିବାର ଲୋକେ ଆତ୍ମହତ୍ରାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ପରିସ୍ଥିତିରେ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି । ଗୋବିନ୍ଦ ସାହୁଙ୍କ ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ ଜବତ ହୋଇଥିବା ପରିବାର ଲୋକେ କହିଛନ୍ତି । ଆଉ ସେହି ଏନଭଲପରେ ଗୋବିନ୍ଦଙ୍କ ହାତଲେଖା ସୁଇସାଇଡ ନୋଟ ଥିବା ଚର୍ଚ୍ଚା ହେଉଛି । ଆଉ ଗୋବିନ୍ଦ ସାହୁଙ୍କ ମରଶରୀର ପାଖରୁ ଲଫାପା ଜବତ ପରେ ସସପେନ୍ସ ବଢିଛି । ଆଉ ଏଥିରେ କଣ ରହିଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।
ସୁଇସାଇଡ ନୋଟରେ କ’ଣ ଅଛି?

Spread the love