ସମରାରେ ଫୁଟବଲ ଟୁର୍ଣ୍ଣlମେଣ୍ଟ, ଖଲିଆପାଳି ବିଜୟୀ

ସଇଁନ୍ତଲା: ବଲାଙ୍ଗିର ଜିଲ୍ଲା ସମାର ଗାଁରେ ଆଜି ଜୟ ଦୁର୍ଗା କମିଟି ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସତ୍ୟ ପ୍ରିୟ ସାହୁ ଯୋଗଦେଇ ଥିବା ବେଳେ

 

ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ପଣ୍ଡା, ସ୍ଥାନୀୟ ସରପଞ୍ଚ ଗୋଲାପ ସେଠ ପ୍ରମୁଖ ଯୋଗଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ l ତେତେଲ ମୁଣ୍ଡା ଓ ଖଲିଆପାଳି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ 2-1 ରେ ଖଲିଆପାଳି ଦଳ ବିଜୟୀ ହୋଇଥିଲା l ଜୟ ଦୁର୍ଗା କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ l

Spread the love