ସଇଁନ୍ତଲା ଝିଅ ଶତରୂପାଙ୍କୁ ଓଡିଶା ମିଡ଼ିଆ ପୁରସ୍କାର ୨୦୨୨ରେ ସମ୍ମାନିତ

ସଇଁନ୍ତଲା:ରାଜ୍ୟ ରାଜଧାନି ଭୁବନେଶ୍ୱର ସ୍ଥିତ କୋଣାର୍କ ରେ ହୋଇଥିବା ୟଙ୍ଗ ଇଣ୍ଡିଆ ନମସ୍କାର କମୁନିଟି ମିଡିଆ ନେଟୱର୍କ,ୟୁଏନଆଇସିଇଏଫ ଏବଂ ଆକ୍ସନ ଏଡ ଅରଗାନାଇଜ ତରଫ ରୁ ଆଜି ଓଡ଼ିଶା ମିଡିଆ ଆୱାର୍ଡ଼ରେ ଅନୁଷ୍ଠିତ ସଭାରେ ଚଳିତ ବର୍ଷ ବେଷ୍ଟ ରିପୋର୍ଟର ଇନ ପବ୍ଲିକ ଇସୁ ରେ ବୈଦୁତିକ ଗଣମାଧ୍ୟମର ସାମ୍ବାଦିକା ଶତରୂପା ସାମନ୍ତରାୟ ଙ୍କୁ ସମ୍ମାନୀତ କରାଯାଇଛି। ଅର୍ଗସ ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜନଅଡ଼ିଟ ପାଇଁ ଏହି ସମ୍ମାନ ଟି ଶତରୁପା ଙ୍କୁ ମିଳିଛି। ଏହି କାର୍ଯ୍ୟକ୍ରମ ରେ ୧୫ ଟି ବିଭାଗ ରେ ୧୮ ଜଣ ସାମ୍ବାଦିକ ଙ୍କୁ ସମ୍ମାନୀତ କରାଯାଇଛି। ପ୍ରଦିପ କୁମାର ସାମନ୍ତରାୟ ଓ ଶିକ୍ଷୟତ୍ରୀ ଶ୍ରିଲତା ମିଶ୍ର ଙ୍କ ଝିଅ ସତରୁପା ସାମନ୍ତରାୟ ସଇଁନ୍ତଲା ଭଳି ସହରରୁ ଭୁବନେଶ୍ଵର କୁ ଯାଇ ସାମ୍ବାଦିକ କ୍ଷେତ୍ର ରେ ପାଠ ପଢିବା ପରେ ଓଡ଼ିଶା ର ଏକ ବୈଦୁତିକ ଗଣମାଧ୍ୟମ ରେ କାର୍ଯ୍ୟକରୁଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା କୁ ନେଇ ସେ ତୃଣମୂଳ ସ୍ତରକୁ ଯାଇ ଖବର ସଂଗ୍ରହ କରି ପରିବେସଣ କରନ୍ତି।

ତାଙ୍କର ଏହି ସୋଚୋଟ ଓ ନିଷ୍ଠାପର କାର୍ଯ୍ୟକଲାପ କୁ ନେଇ ଆଜି ତାଙ୍କୁ ଏହି ଭଳି ସମ୍ମାନ ରେ ସମ୍ମାନିତ କରାଯାଇଛି। ସାମ୍ବାଦିକା ସାମନ୍ତରାୟ ପୁରଷ୍କାର ପାଇବା ବରିଷ୍ଠ ସାମ୍ୱାଦିକ ଦୟାନିଧି ସାହୁ, ଦେବେନ୍ଦ୍ର ଯୋଶୀ, ରାଖାଲ ଶତପଥି, ତରୁଣ ବେହେରା, ଅଜିତ ସାହୁ, ରାମ ନାରାୟଣ ବାଗ ସମେତ ସଇଁନ୍ତଲା ଅଞ୍ଚଳ ର ବିଭିନ୍ନ ମହଲରୁ ଶୁଭେଛା ର ସୁଅ ଛୁଟୁଛି।

Spread the love