ଅନୁଗୁଳ କାଙ୍ଗୁଲା ଚଣ୍ଡୀଖମଣରେ ୩୪ ଟିକିଆ ହାତୀପଲ

ଅନୁଗୁଳ ଜିଲ୍ଲା କାଙ୍ଗୁଲା ଚଣ୍ଡୀଖମଣରେ ୩୪ ଟିକିଆ ହାତୀପଲ । ଗତକାଲି ବିଳମ୍ବିତ ରାତି ଯାଏଁ ତୁରଙ୍ଗର ଦୁର୍ଗାବିହାର, ଦେହୁରୀ ସାହିରେ ହାତୀପଲ ଥିବା ବେଳେ ରାତିରେ କାଙ୍ଗୁଲା ଚଣ୍ଡୀଖମଣ ଆଡ଼କୁ ଯାଇଥିବା ଜଣାପଡ଼ିଛି ।

ହାତୀପଲରେ ଅଛନ୍ତି ୫ ଦନ୍ତା, ୨୩ ମାଈ ହାତୀ ଓ ୬ଟି ଛୁଆହାତୀ । ଖାଦ୍ୟ ଅନେ୍ଵଷଣରେ ସହର ଓ ଗାଁ ମୁହାଁ ହୋଇଛନ୍ତି ହାତୀପଲ । ଲୋକେ ଭୟଭିତ ଥିବା ବେଳେ ଜନବସତି ଠାରୁ ହାତୀପଲଙ୍କୁ ଘଉଡ଼ାଇବାକୁ ବନବିଭାଗର ପ୍ରୟାସ ଜାରି ରଖିଛି ।

Spread the love