ଆହୁରି ବର୍ଷେ ପାଇଁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ:  କେନ୍ଦ୍ର କ୍ୟାବିନେଟରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ବାଜିଲା ମୋହର । ଆହୁରି ବର୍ଷେ ପାଇଁ ମିଳିବ ମାଗଣା ରାସନ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଆଉ ଏକ ବର୍ଷପାଇଁ ମାଗଣା ରାସନ ସମଗ୍ରୀ ଦେବା ଉପରେ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଆଉ ଏକ ବର୍ଷ ପାଇଁ ୮୧.୩୫ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଗରିବ ଲୋକଙ୍କୁ ମାଗଣା ରାସନ ଦେବା ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ହେବ, କେନ୍ଦ୍ର ସରକାର ଏହାର ଭାର ବହନ କରିବେ।

 ପୂର୍ବରୁ ଚାଉଳ କିଲୋ ପ୍ରତି ୩ ଟଙ୍କା, ଗହମ କିଲୋପ୍ରତି ୨ଟଙ୍କା ଦରରେ ଯୋଗାଇ ଦିଆଯାଉଥିଲା। ତେବେ ଆସନ୍ତା ୨୦୨୩ ଡିସେମ୍ବର ଯାଏଁ କିନ୍ତୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ରାସନ୍ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ୱାନ ରାଙ୍କ ୱାନ ପେନସନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହା ଦ୍ବାରା ଉପକୃତ ହେବେ ଦେଶର ୨୫ ଲକ୍ଷ ମିଲିଟାରୀ ପେନସନ ଉପଭୋକ୍ତା । ଫଳରେ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପତ୍ନୀ ଓ ଦିବ୍ୟାଙ୍ଗ ହୋଇଥିବା ଯବାନଙ୍କୁ ଏହାର ଫାଇଦା ମିଳିବ ।  ଏହା ଦ୍ବାରା ସରକାରଙ୍କ ଉପରେ ୮ ହଜାର ୪୫୦ କୋଟି ଟଙ୍କା ଅତିରିକ୍ତ ଭାର ପଡିବ । ୱାନ୍ ରାଙ୍କ୍ ୱାନ୍ ପେନ୍ସନର ଅର୍ଥ ହେଉଛି ସମାନ ପଦବୀ ଏବଂ ସମାନ ଅବଧିର ସେବ ଲାଗି ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ସମାନ ପେନସନ୍ ପ୍ରଦାନ ।

Spread the love