ଅଭିନେତା ବାବୁସାନଙ୍କ ଆଉ ଏକ ଭିଡିଓ ଭାଇରାଲ

ପୁଣି କାନ୍ଦିଲେ ଅଭିନେତା ବାବୁସାନ୍‌। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଅଭିନେତା ବାବୁସାନ କାନ୍ଦୁଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଗତ କିଛି ଦିନ ହେବ ଓଲିଉଡ ଅଭିନେତା ବାବୁସାନ୍‌ ନିଜ ରିୟଲ ଏବଂ ରିଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ବାବୁସାନଙ୍କ ଅଭିନିତ ଏକ ଫିଲ୍ମ ଦମନ ବକ୍ସ ଅଫିସରେ ହିଟ ହୋଇଛି। ଓଲିଉଡଠୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଏହି ଫିଲ୍ମକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି। ଓଲିଉଡ ଜଗତରେ ଏକ ନୂଆ ଫେଜ ଯୋଡି ହୋଇଛି। ଯାହାକୁ ନେଇ ବାବୁସାନଙ୍କ କ୍ରେଜ ବଢ଼ିବାରେ ଲାଗିଛି।

ବର୍ତ୍ତମାନ ବାବୁସାନଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଅଭିନେତା ଜଣଙ୍କ କାନ୍ଦୁଛନ୍ତି। ଆପଣ କଥାଟାକୁ ସିରିଏସ୍‌ ନେଇଗଲେ ବୋଧେ। ନାଇଁ ଆଜ୍ଞା। କଥାଟା ସେମିତି କିଛି ନୁହେଁ। ଭଲ କରି ଦେଖନ୍ତୁ ଏହି ଭିଡିଓଟିକୁ। ଯାହାକୁ ଦେଖିଲେ ଆପଣ ସବୁ କିଛି ବୁଝିପାରିବେ। ବାବୁସାନ ଅଛନ୍ତି, ତାଙ୍କ ପାଖରେ ତାଙ୍କ ମା ଅପରାଜିତା ମଧ୍ୟ ଅଛନ୍ତି। ଏହାସହ ବାବୁସାନଙ୍କ ପୁଅ ମଧ୍ୟ ରହିଛି। ଅପରାଜିତା ବାବୁସାନଙ୍କ ପୁଅ ସହ ଖେଳୁଛନ୍ତି। ଆଉ ବାବୁସାନ ସେଠାରେ ଆସି ପହଞ୍ଚିଯାଇଛନ୍ତି। ବାବୁସାନ କାନ୍ଦି କାନ୍ଦି ଆସି ତଳେ ଶୋଇପଡିଲେ। ବାବୁସାନଙ୍କ ପୁଅ ତାଙ୍କୁ ଯାଇ ଗେଲ କରୁଛି। ପ୍ରକୃତରେ ବାବୁସାନ ତାଙ୍କ ପୁଅ ସହ ଖେଳୁଛନ୍ତି। ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି। କିଭଳି ଭାବରେ ବାବୁସାନ ତାଙ୍କ ପୁଅ ସହ ଖେଳୁଛନ୍ତି, ତାକୁ ସମୟ ଦେଉଛନ୍ତି, ଏହା ଅନେକଙ୍କୁ ଖୁବ ପସନ୍ଦ ଆସିଥିବା ଦେଖିବାକୁ ମିଳିଛି। ଅନେକ ୟୁଜର୍ସ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି।  

Spread the love