ଚୀନରେ ଏବେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ

କୋଭିଡର ସବୁ ରେକର୍ଡ ଭାଙ୍ଗିପାରେ ଚୀନ୍ । ଏବେ ଚାଲିଥିବା ସଂକ୍ରମଣ ଲହର ସପ୍ତାହକରେ ଶୀର୍ଷ ଛୁଇଁବ ବୋଲି ଆକଳନ କରିଛି ଗ୍ଲୋବାଲ ହେଲଥ୍ ଇଣ୍ଟେଲିଜେନ୍ସ ସଂସ୍ଥା ଏୟାରଫିନିଟି । ଚଳିତ ସପ୍ତାହରେ ଦିନକରେ ପ୍ରାୟ ୩ କୋଟି ୭୦ ଲକ୍ଷ ଲୋକ କୋଭିଡରେ ସଂକ୍ରମିତ ହୋଇପାରନ୍ତି । ଚୀନରେ ବର୍ତ୍ତମାନ ଚାଲିଥିବା ଲହର ଓ ଏବଂ ଜାନୁଆରୀରେ ଆସିବାକୁ ଥିବା ପରବର୍ତ୍ତୀ ଲହର ବିଶ୍ୱରେ କରୋନାର ସବୁ ରେକର୍ଡ ଭାଙ୍ଗିଦେବ ବୋଲି କୁହାଯାଉଛି ।

ଚୀନରେ ଏବେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଦୈନିକ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଉଛି । ତେବେ ସରକାରୀ ଭାବେ ଏହି ରିପୋର୍ଟକୁ ସ୍ୱୀକାର କରାଯାଇନାହିଁ । ଡିସେମ୍ବରର ପ୍ରଥମ ୨୦ ଦିନରେ ୨୪୮ ନିୟୁତ ଲୋକ ତଥା ମୋଟ୍ ଜନସଂଖ୍ୟାର ୧୮ ପ୍ରତିଶତ ସଂକ୍ରମତ ହୋଇଥିବା ଆଶଙ୍କା କରାଯାଉଛି । ଏହି ଅନୁମାନ ସତ ହେଲେ ଜାନୁଆରୀ ୨୦୨୩ରେ ଚୀନରେ ସଂକ୍ରମଣ ଓ ମୃତ୍ୟୁର ନୂଆ ରେକର୍ଡ ହେବ ।

Spread the love