‘ଯେଉଁ ପ୍ରେମ ୟାଙ୍କଠାରୁ ମିଳିଛି, ସେହି ପ୍ରେମ ସାରା ଦେଶରେ ବାଣ୍ଟୁଛି: ରାହୁଲ ଗାନ୍ଧୀ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରବେଶ କରି ସାରିଛି। ରାହୁଲ ଗାନ୍ଧୀ ଦିଲ୍ଲୀରେ ପହଞ୍ଚିବା ପରେ ନିଜ ମା’ ସୋନିଆ ଗାନ୍ଧୀଙ୍କ ସହ ଫଟୋ ଟ୍ଵିଟ୍‌ କରି ଇମୋସନାଲ ପୋଷ୍ଟ ଲେଖିଛନ୍ତି। ରାହୁଲଙ୍କ ନେତୃତ୍ୱରେ ତାମିଲନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶନିବାର ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି। ଭାରତ ଯୋଡ଼ୋ ଯାତ୍ରା ଯେତେବେଳେ ଦିଲ୍ଲୀରେ ପହଞ୍ଚିଥିଲା, ତ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରା ମଧ୍ୟ ଏହି ଯାତ୍ରାରେ ସାମିଲ ହେବାକୁ ପହଞ୍ଚିଥିଲେ। ରାହୁଲ ଗାନ୍ଧୀ ଏହାର କିଛି ସମୟ ପରେ ନିଜ ମା’ ସୋନିଆ ଗାନ୍ଧୀଙ୍କ ସହ ଫଟୋ ଟ୍ଵିଟ୍‌ କରିଥିଲେ।

ରାହୁଲ ଗାନ୍ଧୀଙ୍କ ତରଫରୁ ଟ୍ଵିଟ୍‌ କରାଯାଇଥିବା ଫଟୋରେ ମା’ ଓ ପୁଅଙ୍କ ମଧ୍ୟରେ ଥିବା ଅନାବିଳ ପ୍ରେମ ସ୍ପଷ୍ଟ ଭାବେ ନଜର ଆସିଛି। ସୋନିଆ ଗାନ୍ଧୀ ଫଟୋରେ ମାସ୍କ ଲଗାଇଥିବାର ଦେଖାଯାଉଛନ୍ତି। ରାହୁଲ ଗାନ୍ଧୀ ମା’ଙ୍କ ସହିତ ଫଟୋ ସେୟାର କରି ଟ୍ଵିଟରରେ ଏକ ଭାବନାତ୍ମକ ବାର୍ତ୍ତା ଲେଖିଛନ୍ତି।

ରାହୁଲ ଗାନ୍ଧୀ ମା’ଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ‘ଯେଉଁ ପ୍ରେମ ୟାଙ୍କଠାରୁ ମିଳିଛି, ସେହି ପ୍ରେମକୁ ସାରା ଦେଶରେ ବାଣ୍ଟୁଛି’। ରାହୁଲଙ୍କର ଆଉ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସୋନିଆ ଗାନ୍ଧୀଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି। କେରଳର ଭାୟନାଡରୁ ସାଂସଦ ଥିବା ରାହୁଲ ଗାନ୍ଧୀ ମା’ଙ୍କ ସହ ଆହୁରି ବି ଅନେକ ଫଟୋ ସେୟାର କରିଛନ୍ତି।

କିଛି ଫଟୋରେ ମା’ ଓ ପୁଅ କୌଣସି ଚର୍ଚ୍ଚା କରୁଥିବାର ନଜର ଆସୁଛନ୍ତି। ସୋନିଆ ଗାନ୍ଧୀ, ରାହୁଲଙ୍କ ସହ ଦିଲ୍ଲୀ ରାସ୍ତାରେ କିଛି ଦୂର ପର୍ଯ୍ୟନ୍ତ ଚାଲିଥିଲେ। ସୋନିଆ ଗାନ୍ଧୀ ପହଞ୍ଚିବା ପରେ କଂଗ୍ରେସ କର୍ମକର୍ତ୍ତାମାନେ ଉତ୍ସାହିତ ହୋଇ ନାରା ଲଗାଇଥିଲେ।

Spread the love