ଶିଷକେଲାରେ ଫୁଟବଲ ଓ ଖୋଖୋ ଚୟନ ଶିବିର ଅନୁଷ୍ଠିତ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶିଷକେଲା ଖେଳ ପଡିଆ ଠାରେ ଆଜି ସ୍ଥାନୀୟ ସରପଞ୍ଚ ମାଲତୀ ରଣା ଙ୍କ ଅଧକ୍ଷତାରେ ଫୁଟବଲ ଓ ଖୋଖୋ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା l

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବେଳଗାଁ ଜିଲ୍ଲା ପରିଷଦ ରିତା ରାଣୀ ହାତୀ ଯୋଗଦେଇ ଉଦଘାଟନ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ସମିତି ସଭ୍ୟ ଉମାକାନ୍ତ ରଣା, ଏବିଓ ନାରାୟଣ ଭୋଇ, କଅସର ସରପଞ୍ଚ ଙ୍କ ପ୍ରତିନିଧି ତଥା ଆତ୍ମା ଅଧକ୍ଷ ହେମନ୍ତ ସାହୁ, ଶିଷକେଲା କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖ ବନ୍ଧୁ ରଣା, କଅସର କାର୍ଯ୍ୟନିର୍ବାହୀ ଅଧିକାରୀ ସରତ ସାହୁ, ନିଲୁ ମହାନନ୍ଦ, ଡୋଲାମଣି ଥପା,ହମିତ ତାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ ପ୍ରଦାନ କରିଥିଲେ l ବେଳଗାଁ ଜୋନ ର ବିଭିନ୍ନ ସ୍କୁଲ ଗୁଡିକ ନେଇ ଏହି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ଖେଳ ଶିକ୍ଷକ ଶେଷଦେବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love