ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ଜାତୀୟ ଖାଉଟି ଦିବସ ପାଳିତ

ବଲାଙ୍ଗିର : ବଲାଙ୍ଗିର ପତିତପାବନ ଏକାଡେମୀ ସଭାଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ତରଫରୁ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ, ବଲାଙ୍ଗିର ପ୍ରଯୋଜନାରେ ଜାତୀୟ ଖାଉଟି ଦିବସ 2022 ପଞ୍ଚାୟତର ସଭାପତି ଗୋପବନ୍ଧୁ ସତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଚି I

 ମୁଖ୍ୟ ଅତିଥିଭାବେ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ I ପ୍ରାରମ୍ଭରେ ସ୍ଵାମୀ ବିବେକାନନ୍ଦ ଭାରତମାତା ଓ ଅନ୍ୟ ଦେବାଦେବୀ ମାନଙ୍କ ପୂଜାର୍ଚନା କରା ଯାଇଥିଲା I ଉପ ନିୟନ୍ତ୍ରକ ବୈଧ ବିଜ୍ଞାନ ଶ୍ରୀମତୀ ବାସନ୍ତୀ ନାୟକଙ୍କ ସ୍ଵାଗତ ଭାଷଣ ଓ ବିଷୟବସ୍ତୁ ଉପସ୍ଥାପନା ପରେ ବୈଧ ମାପ ନିରୀକ୍ଷକ କ୍ଷିତିଶ ରଞ୍ଜନ ଦାଶ ପ୍ରଥମେ ଓଜନ ମାପ ଗ୍ରାହକ ବିଭିନ୍ ସଚତେନତା ଉପରେ ବିଶ୍ଲେଷଣାତ୍ମକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I ମୁଖ୍ୟ ଅତିଥି ଶ୍ରୀ ନାଗଭୂଷଣ ଗ୍ରାହକ ର ଅଧିକାର ଓ ସଚେତନତା ଏଥିପାଇଁ ଥିବା ଆଇନରେ ବ୍ୟବସ୍ଥା ସମ୍ପର୍କରେ କହିଥିଲେ I ମୁଖ୍ଯବକ୍ତା ଭବରେ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଅଧ୍ୟକ୍ଷ ରବିନ୍ଦ୍ର କୁମାର ତ୍ରିପାଠୀ ଯୋଗଦେଇ ବିସ୍ତୃତ ରୂପେ ଚଳିତ ବର୍ଷର ବିଷୟବସ୍ତୁ ‘ଉପୋଭୋକ୍ତl ଆୟୋଗ ରେ ମାମଲା ଗୁଡିକର ପ୍ରଭାବଶାଳୀ ସମାଧାନ’ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ l ନୂତନ ରୂପରେ ପରିବର୍ତିତ ଖାଉଟି ସୁରକ୍ଷା ଆଇନର ପରିବର୍ତ୍ତନର ବିବରଣୀ ପ୍ରଦାନ କରିଥିଲେ I ସମ୍ମାନିତ ଅତିଥିଭାବେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ କୃଷ୍ନ ସାହୁ, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ବଲାଙ୍ଗିର ମୁନିସିପାଲଟି ର ନଗରପାଳ ଶ୍ରୀମତୀ ଲିକl ସାହୁ ଜିଲ୍ଲାପରିଷଦ ସଭ୍ୟ ତଥା ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ଙ୍କ ପ୍ରତିନିଧି ଶିବଦତ୍ତ ମିଶ୍ର ଓ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ରାଜ୍ଯ ସଭାପତି ଶଶିଭୂଷଣ ପୁରୋହିତ ବିଷୟବସ୍ତୁ ଉପରେ ସୁଚିନ୍ତିତ ମତାମତ ରଖିଥିଲେ I ପୂର୍ବରୁ ଖାଉଟି ବିଷୟବସ୍ତୁ ଉପରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟ, ବିଦ୍ୟା ଭୂଷଣ ସଂସ୍କୃତ ମହାବିଦ୍ୟାଳୟ ଓ ଗାୟତ୍ରୀ ଆବାସିକ ମହାବିଦ୍ୟାଳୟ ରେ କରାଯାଇଥିବା କୁଇଜ୍ ପରୀକ୍ଷା ରେ କୃତିତ୍ଵ ହାସଲ କରିଥିବା ପ୍ରଥମ ସ୍ଥାନରେ ଆଶା ମହାକୁର ସଂସ୍କୃତ କଲେଜ ଓ ଅଙ୍କିତ ବିଶି ଗାୟତ୍ରୀ କଲେଜ, ଦ୍ଵିତୀୟ ସ୍ଥାନରେ ମନିଷ କୁମାର ପଧାନ ଗାୟତ୍ରୀ କଲେଜ ଓ ଲଲିତ ମାଝି ଗାୟତ୍ରୀ କଲେଜ ତୃତୀୟ ସ୍ଥାନ ରେ ପ୍ରଭାତ କୁମାର ତ୍ରିପାଠୀ ସଂସ୍କୃତ କଲେଜ, ଯାଜ୍ଞଶ୍ରୀ ରଣା ଓ ପ୍ରତୀକ ମେହେର ଗାୟତ୍ରୀ କଲେଜ ହାସଲ କରିବା ସହିତ ପୁରସ୍କୃତ ହୋଇଥିଲେ I ଲକ୍ଷ୍ମୀନାରାୟଣ ପଡା, କନ୍ଧପାଲି ଓ ଠିକାଦାର ପଡା ମହିଳା ଓ ପିଲାଙ୍କ ପରୀକ୍ଷାରେ ମନୀଷ ସିଂ ପ୍ରଥମ, କାମିନୀ ମେହେର୍ ଦ୍ଵିତୀୟ ଓ ଆଦିତି ଶତପଥୀ ତୃତୀୟ ସ୍ଥାନରେ ରହି ଥିବା ବେଳେ ଆଜିର କାର୍ଯ୍ୟକ୍ରମ ରେ ପୁରସ୍କାର ହାସଲ କରିଥିଲେ I

Spread the love