ଚକୋଲେଟ ବ୍ରାଉନୀ

  • ଆବଶ୍ୟକ ସାମଗ୍ରୀ

    ମଇଦା – ୩/୪ କପ୍‌
    କୋକୋ ପାଉଡର – ୧/୩ କପ୍‌
    ଲୁଣ – ୧/୪ ଛୋଟ ଚାମଚ୍‌
    ବେକିଙ୍ଗ ପାଉଡର – ଦୁଇ ଛୋଟ ଚାମଚ୍‌
    ଡାର୍କ କମ୍ପାଉଣ୍ଡ ଚକୋଲେଟ – ୧ କପ୍‌
    ବଟର – ୩/୪ କପ୍‌
    ଭାନିଲା ଆସେନ୍ସ- ଏକ ଛୋଟ ଚାମଚ
    ଚିନି – ୩/୪ କପ୍‌

    ପ୍ରସ୍ତୁତି ପ୍ରଣାଳୀ

    • ଏହାକୁ ବନାଇବା ପାଇଁ ସର୍ବପ୍ରଥମେ କୁକର କିମ୍ବା କଡାରେ ୧ କିଲୋ ଲୁଣ ପକାନ୍ତୁ। ଏହାପରେ ଏକ ଷ୍ଟାଣ୍ଡ ରଖନ୍ତୁ ଯାହାର ବ୍ୟବହାର ବେକିଙ୍ଗ ଟ୍ରେକୁ ରଖିବା ପାଇଁ କରାଯିବ। ଏହି ଲୁଣକୁ ଆପଣ ଫୋପାଡିବେ ନାହିଁ କାହିଁକିନା ଏହାକୁ ପୁର୍ନବାର ବ୍ୟବହାର କରିପାରିବେ।
    • ଏକ ବେକିଙ୍ଗ ଟ୍ରେ ନିଅନ୍ତୁ, ତାଉପରେ ବଟର ପେପରରେ ଲାଇନ୍‌ କରନ୍ତୁ ଏବଂ ଗୋଟେ ସାଇଡ କରି ରଖିଦିଅନ୍ତୁ।
    • ଏବେ ବ୍ରାଉନୀ ବନାଇବା ପାଇଁ ଏକ ପାତ୍ରରେ ମଇଦା, କୋକୋ ପାଉଡର, ଲୁଣ ଏବଂ ବେକିଙ୍ଗ ପାଉଡର ପକାଇ ଏକା ସାଥିରେ ମିକ୍ସ କରିଦିଅନ୍ତୁ।
    • ଏବେ ଏକ ଡବଲ ବୟଲର ସେଟ୍‌ କରନ୍ତୁ। ଚେକୋଲେଟ ଏବଂ ବଟର ପକାଇ ସମ୍ପୂର୍ଣ୍ଣ ଭାବେ ମିଶାଇ ଦିଅନ୍ତୁ।
    • ଏହାବ୍ୟତୀତ ମେଲ୍ଟ କରିଥିଯବା ଚକୋଲେଟରେ ଦହି, ଭାନିଲା ଆସେନ୍ସ ଏବଂ ଚିନି ମିଶାନ୍ତୁ। ଏହାକୁ ଭଲଭାବେ ସେତେ ପର୍ଯ୍ୟନତ ଫେଣ୍ଟନ୍ତୁ ଯେତେ ପର୍ଯ୍ୟନ୍ତ ଚିନି ସମ୍ପୂର୍ଣ୍ଣ ଭାବେ ନମିଳାଇଛି।
    • ଏହି ଲିକ୍ୱିଡକୁ ଅଟାର ସୁଖିଲା ମିଶ୍ରଣରେ ପକାନ୍ତୁ, ଭଲଭାବେ ସେତେ ପର୍ଯ୍ୟନ୍ତ ମିଶାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ମିକ୍ସ ନ ହୋଇଛି। ମିଶ୍ରଣକୁ ବଟର ପେପର ଲଗାଇଥିବା ଟ୍ରେରେ ରଖନ୍ତୁ ଏବଂ ଟ୍ରେକୁ ୪ ରୁ ୫ ଥର ବାଡେଇ
    • ଦିଅନ୍ତୁ। ଯେପରି ମିଶ୍ରଣ ଭଲଭାବେ ସେଟ ହୋଇଯିବ।
    • ଏବେ ଯେଉଁ ପାତ୍ରରେ ଲୁଣ ରଖିଥିଲେ ତା ଉପରେ ବକିଙ୍ଗ ଟ୍ରେ ରଖନ୍ତୁ,ତାକୁ ଅତିକମରେ ୪୫ ରୁ ୫୦ ମିନିଟ ଗରମ କରନ୍ତୁ।
    • ଚେକ କରନ୍ତୁ ବ୍ରାଉନୀ ବେକ ହୋଇଛି ନା ନାହିଁ। ଏହାକୁ ଚେକ କରିବା ପାଇଁ ଆପଣ ଟୁଥପିକର ବି ସାହାରା ନେଇପାରିବେ।
    • ଦେଖିବେ ଯଦି ଟୁଥପିକରେ ଲାଗୁନାହିଁ ତାହେଲେ ଜାଣନ୍ତୁ ଯେ ବ୍ରାଉନୀ ଏକଦମ୍‌ ରେଡି ହୋଇଯାଇଛି।
    • ଖ୍ରୀଷ୍ଟମାସ ଅବସରରେ ଆପଣ ବ୍ରାଉନୀ ସହ ସେଲିବ୍ରେଟ୍‌ କରିପାରିବେ।
Spread the love