ଭୁବନେଶ୍ୱରରେ ଫେରିଲା ପଥୋତ୍ସବ

ଭୁବନେଶ୍ୱରରେ ପୁଣି ଫେରିଛି ପଥୋତ୍ସବ । ଜନପଥରେ ଭିଡ଼ ଜମାଇଛନ୍ତି ରାଜଧାନୀ ବାସିନ୍ଦା । ଶୀତୁଆ ସକାଳରେ ନାଚ ଗୀତର ଆସର ଜମିଛି । ପୁଣି ପେଣ୍ଟିଂ, ଷ୍ଟ୍ରିଟ୍‌ କ୍ରିକେଟ୍‌, ସ୍କେଟିଂ ଭଳି କ୍ରୀଡ଼ା ଆକର୍ଷଣର କେନ୍ଦ୍ର ପାଲଟିଛି । ମାଷ୍ଟରକ୍ୟାଣ୍ଟିନଠାରୁ ରାମମନ୍ଦିର ଛକ ଯାଏ ଚାଲିଛି ପଥୋତ୍ସବ । ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା । ଛୋଟ ଛୋଟ ପିଲାଙ୍କ ଖୁସି କହିଲେ ନସରେ । ସକାଳ ସାଢ଼େ ୯ଟା ଯାଏ ଚାଲିବ ପଥୋତ୍ସବ ।

Spread the love