ଭୁବନେଶ୍ୱରରେ ହକି ବିଶ୍ୱକପ୍ । ଭବ୍ୟ ସ୍ୱାଗତ ପାଇଁ ବାଜାରେ ଦୁଲୁକିଲା ବିମାନବନ୍ଦର ପରିବେଶ

ବାହାର ରାଜ୍ୟରେ ପରିକ୍ରମା କରିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି ହକି ବିଶ୍ୱକପର ଟ୍ରଫି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ବାଜାର ତାଳେ ତାଳେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି ।ଟ୍ରଫିକୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ପହଞ୍ଚିଥିଲେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି , କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ, କ୍ରୀଡା ବିଭାଗର ଅଧିକାରୀ ଓ ଅନ୍ୟ କର୍ପୋରେଟର୍ । ଟ୍ରଫିକୁ କ୍ରୀଡା ମନ୍ତ୍ରୀ ଭୁବନେଶ୍ୱର ମେୟରଙ୍କୁ ହସ୍ତାନ୍ତର କରିବା ପରେ ଏହାକୁ ରାଜଧାନୀରେ ପରିକ୍ରମା କରାଯାଇଛି । କଡା ସୁରକ୍ଷା ଭିତରେ ଟ୍ରଫିକୁ ବାଇକ ର୍ୟାଲିରେ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା ।

Spread the love