ଚଲପତି ରାଓଙ୍କ ନିଧନ

ତେଲୁଗୁ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ଚଲପତି ରାଓଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ତେବେ ଆଜି ସକାଳ ହାର୍ଟଆଟାକ ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଥିବା ନିଜ ପୁଅ ତଥା ଅଭିନେତା-ଫିଲ୍ମ ନିର୍ମାତା ରବି ବାବୁଙ୍କ ସହ ରହୁଥିଲେ ଅଭିନେତା ଚଲପତି ରାଓ। ଚଲପତିଙ୍କ ମୃତ୍ୟୁରେ ସମସ୍ତ ସାଉଥ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ନିଜ କ୍ୟାରିଅରରେ ୬୦୦ ଫିଲ୍ମରେ ଅଭିନୟ କରିଛନ୍ତି ।ଚଲପତି ରାଓଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ତାଙ୍କ ଝିଅ ଆମେରିକାରୁ ଆସିବା ପରେ ଡିସେମ୍ବର ୨୮ରେ ଅଭିନେତାଙ୍କ ଶେଷ ରୀତିନୀତି କରାଯିବ। ସେ ପର୍ଯ୍ୟନ୍ତ ତାଙ୍କ ମୃତଦେହକୁ ସେଲିବ୍ରିଟି ଏବଂ ପ୍ରଶଂସକମାନେ ଶେଷ ଦର୍ଶନ କରିପାରିବେ । ଏହା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଖବର ମିଳିଛି ।

ସୂଚନାଯୋଗ୍ୟ, ୧୯୪୪, ମେ ୮ରେ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଚଲପତି । ସେ ୧୯୬୬ମସିହାରେ ‘ଘୋଡାଚରି ୧୧୬’ ସହିତ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିଥିଲେ। ନିଜ କ୍ୟାରିୟରରେ ସେ ଫିଲ୍ମ ପ୍ରଯୋଜନା କରିବା ସହ ଅଭିନେତା ଏନଟି ରାମା ରାଓ, ନାଗାର୍ଜୁନ, ଭେଙ୍କଟେଶ, କ୍ରିଷ୍ଣା, ଚିରଞ୍ଜିବୀଙ୍କ ଭଳି ଅଭିନେତାଙ୍କ ସହ କାମ କରିଛନ୍ତି।

Spread the love