ରାଶି ଲଡୁ

ଆବଶ୍ୟକୀୟ ସାମଗ୍ରୀ

୧ କପ୍‌ ଖସା ବା ତିଳ

୧ କପ୍‌ ଗୁଡ଼

୧/୪ ନଡିଆ ଖଣ୍ଡ

ପ୍ରସ୍ତୁତି ବିଧି

– ପ୍ରଥମେ କଢ଼ାଇ ଗରମ କରି ଏଥିରେ ତିଳ ବା ରାଶି ଧିମା ଆଞ୍ଚରେ ଭାଜନ୍ତୁ ।

– ଏଥିରେ ନଡିଆ ଖଣ୍ଡ ମିଶାଇ ଦିଅନ୍ତୁ ।

– ଏବେ କିଛି ସମୟ ଭାଜି ଏହାକୁ ଏକ ପାତ୍ରକୁ କାଢ଼ି ନିଅନ୍ତୁ । ଥଣ୍ଡା ହେବା ଯାଏ ଛାଡନ୍ତୁ ।

– ଏବେ ପୁଣି କଢ଼ାଇରେ ଗୁଡ ଓ ପାଣି ମିଶାଇ ଦିଅନ୍ତୁ।

– ଧିମା ଆଞ୍ଚରେ ଏହାକୁ ସେ ପର୍ଯ୍ୟନ୍ତ ଗରମ କରନ୍ତୁ, ଯେ ପର୍ଯ୍ୟନ୍ତ ଏହା ଗାଢ଼ ହୋଇ ନଯାଏ ।

– ଏବେ ଏଥିରେ ଭଜା ହୋଇ ରହିଥିବା ତିଳ ବା ଖସା ଓ ନଡିଆ ମିଶାଇ ଦିଅନ୍ତୁ ।

– ଏହା ଯେବେ ହାଲକା ଗରମ ହୋଇଯିବ, ସେଥିରେ ଲଡୁ ବନାନ୍ତୁ ।

– ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ରାଶି ଲଡୁ । କରୋନା ସମୟରେ ଏହାକୁ ଖାଆନ୍ତୁ ଓ ନିଜର ଇମ୍ୟୁନିଟି କ୍ଷମତା ବଢ଼ାନ୍ତୁ ।

Spread the love