ରସିକିଆ ପୋଲିସ ବାବୁ, ଯୁବତୀଙ୍କ ସହିତ ୫୦ ଥର ଶାରୀରିକ ସଂପର୍କ ରଖିବା ପରେ ବିବାହ ପାଇଁ କଲେ ମନା

ଉତ୍ତରପ୍ରଦେଶ ଲକ୍ଷ୍ମୌରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏଠାରେ ଜଣେ ଯୁବତୀଙ୍କୁ ପୋଲିସ କର୍ମଚାରୀ ୫୦ ଥର ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ କାନପୁର ଦେହାତ ପୋଲିସ ଥାନାରେରେ କାର୍ଯ୍ୟ କରୁଛନ୍ତି। ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ଏହାକୁ ନେଇ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ, ଲକ୍ଷ୍ମୌ ଅଞ୍ଚଳରେ ରହୁଥିବା ଜଣେ ଯୁବତୀ କୃଷ୍ଣନଗର ଥାନାରେ ଏଫ୍ଆଇଆର୍ ଦାଏର କରିଛନ୍ତି । ଏଥିରେ ସେ କହିଛନ୍ତି, ସେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ଏହି ସମୟରେ ସେ ପ୍ରୟାଗର ବାସିନ୍ଦା କନଷ୍ଟେବଳ ସୁନୀଲ କୁମାର ସିଂଙ୍କୁ ଭେଟିଥିଲେ । ପ୍ରଥମେ ସୁନୀଲ ତାଙ୍କୁ ଅବିବାହିତ ବୋଲି କହିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହେବା ଆରମ୍ଭ ହୋଇଗଲା । କଥାବାର୍ତ୍ତାରେ ସଂପର୍କ ସୁଦୃଢ ହେବା ପରେ ଯୁବତୀଙ୍କ ରୁମକୁ ଯାଉଥିଲେ ସୁନୀଲ । ତେବେ ସଂପର୍କ ଧୀରେ ଧୀରେ ବଢିବାରୁ ସୁନୀଲଙ୍କୁ ବିବାହ ପାଇଁ କହିଥିଲେ ଯୁବତୀ ।

ଯୁବତୀଙ୍କୁ ବିବାହ କରିବା ପାଇଁ ସୁନୀଲ କହିବା ପରେ ବିଭିନ୍ନ ଉପାୟରେ ପ୍ରଲୋଭନ ଦେଖାଇ, ଜବରଦସ୍ତ ସମ୍ପର୍କ ରଖିବାକୁ କହିଥିଲେ । ତେବେ ଯୁବତୀ ଜଣକ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନହୋଇ ସେ ବିବାହ ପାଇଁ କାନ୍ଦୁଥିଲେ ।

ଅଭିଯୋଗରେ କୁହାଯାଇଛି, କନେଷ୍ଟବଳ ସୁନୀଲ ଯୁବତୀଙ୍କ ରୁମକୁ ଆସି ୫୦ ରୁ ଅଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ। ଏହା ସହିତ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ କଥା ହୋଇଥିଲେ। ସଂପର୍କ ଘନିଷ୍ଠ ହେବାରୁ ଯେତେବେଳେ ଯୁବତୀ ସୁନୀଲଙ୍କୁ ତାଙ୍କୁ ବିବାହ କରିବାକୁ କହିଲା ସେତେବେଳେ ସେ ମନା କରିଦେଲେ ।

ପୀଡିତା କହିଛନ୍ତି ଯେ, ସେ ସୁନୀଲଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ କଥା ହୋଇଥିଲେ କିନ୍ତୁ ସମସ୍ତେ ମନା କରିଦେଇଥିଲେ। ଏହା ସହିତ ସୁନୀଲ ପୋଲିସରେ ଅଛନ୍ତି ବୋଲି ଧମକ ଦେଉଥିଲେ । କେହି ତାଙ୍କର କିଛି କରିପାରିବେ ନାହିଁ ବୋଲି ଧମକ ମଧ୍ୟ ଦେଇଥିଲେ । ଏହା ପରେ ପୀଡିତା କୃଷ୍ଣନଗର ଥାନାରେ ଅଭିଯୋଗ କରିଥିଲେ। ତେବେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Spread the love