ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ, ସିବିଆଇ ତଦନ୍ତ ଦାବିକଲା ବିଜେପି

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ବିଜେପି ସିବିଆଇ ତଦନ୍ତ ଦାବି କରିଛି।  ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ନେତା ପ୍ରକାଶ ମିଶ୍ର ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ କହିଛନ୍ତି, ପାରିପାଶ୍ୱିକ ଅବସ୍ଥା ଦେଖିଲେ ସ୍ମିତାଙ୍କୁ ବଳାତ୍କାର ଏବଂ ହତ୍ୟା କରାଯାଇଥିବା ଲାଗୁଛି। ସେଠାରେ ସରପଞ୍ଚଙ୍କ ସ୍ବାମୀଙ୍କ ସହ ଏକାଧିକ ଲୋକ ଥିଲେ।

ସରକାରୀ ଯୋଜନା ଲାଗି ତାଙ୍କୁ ଅତ୍ୟଧିକ ବାଧ୍ୟ କରାଯାଇଛି। ସ୍ମିତାରାଣୀ ନ ମାନିବାରୁ ହୁଏତ ତାଙ୍କୁ ହତ୍ୟା କରାଯାଇଥାଇପାରେ। ଯଦି ବି ତାହା ହତ୍ୟା ନୁହେଁ, ଆତ୍ମହତ୍ୟା ତେବେ ତାଙ୍କୁ କିଏ ଏଥିପାଇଁ ବାଧ୍ୟ କଲା ତାହା ତଦନ୍ତ କରାଯାଉ। କାରଣ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ହତ୍ୟାଠାରୁ ବି ଅତ୍ୟଧିକ ଜଘନ୍ୟ। ଏଣୁ ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ, ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

Spread the love