ବାୟୁ ପ୍ରଦୂଷଣ ଢେଙ୍କାନାଳବାସୀଙ୍କ ହାରାହାରି ପରମାୟୁ କମାଇ ଦେଉଛି କି?

ଢେଙ୍କାନାଳ: ଚିକାଗୋ ବିଶ୍ ବିଦ୍ୟାଳୟର ଏୟାର କ୍ ଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ ସ୍ ସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ର୍ବଷ ନଅ ମାସ ବୃଦ୍ଧି କରାଯାଇ ପାରନ୍ତା । ପ୍ରଦୂଷଣ ରୋକିବା ଲାଗି ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଚିକାଗୋ ବିଶ୍ ବିଦ୍ୟାଳୟସ୍ଥିତ ଏର୍ନଜି ପଲିସି ଇନଷ୍ଟିଚ୍ୟୁଟ୍ (ଏପିକ୍ )ର ମିଳିତ ସହଯୋଗରେ ‘ବାୟୁ ପ୍ରଦୂଷଣ ଆମ ଆୟୁଷକୁ କମାଉଛି କି?’ ଶୀର୍ଷକ ର୍କମଶାଳାରେ ମତ ପ୍ରକାଶ ପାଇଛି । ର୍କମଶାଳାରେ ଯୋଗଦେଇ ଢେଙ୍କାନାଳ ଉପଜିଲ୍ଲାପାଳ ଭବେଶ କୁମାର ନାୟକ କହିଥିଲେ,ବାୟୁ ପ୍ରଦୂଷଣ ରୋକିବାକୁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ଏନେଇ ଲୋକେ ସଚେତନ ହେବା ଜରୁରୀ । ତୃଣମୂଳ ସ୍ତରରେ ସମସ୍ତେ ସହଯୋଗ କରିବା ଲୋଡ଼ା । ଏହାସହ ଇ-ଯାନର ଅଧିକ ପ୍ରଚଳନ ତଥା ଅଧିକରୁ ଅଧିକ ସାଇକେଲ ବ୍ୟବହାର ଉପରେ ଲୋକେ ଗୁରୁତ୍ ଦେବା ଆବଶ୍ୟକ । ଅନ୍ୟତମ ବକ୍ତାଭାବେ ଯୋଗଦେଇ ଏନଏଏମଆଇ ଅନୁଷ୍ଠାନର ସମ୍ପାଦକ ନିରଦ ନନ୍ଦ କହିଛନ୍ତି, କିଛି ର୍ବଷ ପୂର୍ବରୁ କେବଳ ଅଭିଧାନ ବ୍ୟତୀତ ବାୟୁ ପ୍ରଦୂଷଣ ବୋଲି କୌଣସି ଶବ୍ଦ ବ୍ୟବହାର ହେଉନଥିଲା । ହେଲେ ର୍ବତ୍ତମାନ ପୂରା ସ୍ଥିତି ବଦଳିଯାଇଛି । ସେ ମେକ୍ସିକୋର ଉଦାହରଣ ଦେଇ କହିଛନ୍ତି, ୧୯୭୦ ବେଳକୁ ମେକ୍ସିକୋରେ ବାୟୁ ପ୍ରଦୂଷଣ ସମସ୍ୟାକୁ ସେଠାକାର ପ୍ରଶାସନ ଭଲ ଭାବେ ଅନୁଭବ କରିଥିଲା । ଆଉ ସଙ୍ଗେସଙ୍ଗେ ଏଥିପାଇଁ କିଛି ଯୋଜନା କରିଥିଲା । ଫଳସ୍ ରୂପ ଏତେ ବଡ଼ ସହରରେ ବି ସେଠାରେ ଏବେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣାଧୀନ ରହିଛି । ବରିଷ୍ଠ ସାମ୍ବାଦିକ ସନ୍ଦିପ ସାହୁ କହିଥିଲେ, ଢେଙ୍କାନାଳର ପ୍ରଦୂଷଣ ମୁଖ୍ୟତଃ କୋଇଲା ଜନିତ ଏବଂ ବାୟୁ ପ୍ରଦୂଷଣ ଉପରେ ଅଧିକାଂଶ ଲୋକଙ୍କ ଆଦୌ ଧାରଣା ନାହିଁ କହିଲେ ଭୁଲ ହେବନି ।

ଏନେଇ ଲୋକେ ସଚେତନ ମଧ୍ୟ ନୁହନ୍ତି । ଗଣମାଧ୍ୟମ ଏଦିଗରେ ସଚେତନତା ବୃଦ୍ଧି କ୍ଷେତ୍ରରେ ଏକ ଗୁରୁ ଦାୟିତ୍ ଅଛି ବୋଲି ସେ ମତ ଦେଇ ଖବରକାଗଜ, ଟେଲିଭିଜନ, ନ୍ୟୁଜେ୍ ପାର୍ଟାଲ୍ ଆଦି ସବୁ ମାଧ୍ୟମରେ ଏ  ସମ୍ପର୍କିତ ତଥ୍ୟଭିତ୍ତିକ ଓ ସଚେତନର୍ଧମୀ ଖବର ପରିବେଷଣ ହୋଇ ତୃଣମୂଳସ୍ତରର ଲୋକଙ୍କ ପାଖରେ ପହଞ୍ଚିବା ଉପରେ ସେ ଗୁରୁତ୍ ଦେଇଥିଲେ । ଓଡ଼ିଶା ମେଡିକାଲ୍ ର୍ସଭିସ୍ ଆସୋସିଏସନ୍ ର ଢେଙ୍କାନାଳ ଚାପ୍ଟରର ମୁଖ୍ୟ ଡ. ଜଗଦାନନ୍ଦ ତ୍ରିପାଠୀ କହିଥିଲେ, ବାୟୁ ପ୍ରଦୂଷଣ  ଯୋଗୁ ଲୋକେ ବିଭିନ୍ନ ରୋଗର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟତଃ ସକ୍ରିୟା  ସମ୍ପର୍କିତ ରୋଗ ଗୁଡିକ ବିଗତ କିଛି ର୍ବଷରେ ଯାଇଛି । ବାୟୁ ପ୍ରଦୂଷଣ ଓ ହାରାହାରି ପରମାୟୁ ଭିତରେ ନକାରାତ୍ମକ  ରହିଛି । ବାୟୁ ପ୍ରଦୂଷଣ ଯେତେ ବଢିବ ଲୋକଙ୍କ ହାରାହାରି ପରମାୟୁ ସେତେ ହ୍ରାସ ପାଇବ ବୋଲି ସେ ମତ ଦେଇଥିଲେ ।

ର୍କମଶାଳା ଆରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଥିଲେ, ବାୟୁ ପ୍ରଦୂଷଣ ଏକ କାଳ୍ପନିକ ପ୍ରସଙ୍ଗ ନୁହେଁ । ସାରା ବିଶ୍ ରେ ଏହା ର୍ବତ୍ତମାନ ସମୟରେ ସବୁଠଁୁ ଅଧିକ ଗୁରୁତ୍ ପୂର୍ଣ୍ଣ ପ୍ରସଙ୍ଗ । ତେବେ ବାୟୁ ପ୍ରଦୂଷଣ କ୍ଷେତ୍ରରେ ଭାରତର ସ୍ଥିତି ବେଶ୍ ସଙ୍ଗିନ୍ । ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିଶ୍ ର ୧୫ଟି ପ୍ରଦୂଷିତ ସହର ମଧ୍ୟରୁ ଭାରତର ୧୪ଟି ସହର ରହିଛି। ସେହିଭଳି ନୂଆଦିଲ୍ଲୀ ସବୁଠଁୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଓଡ଼ିଶାର ଛଅ ଗୋଟି ସହରରେ ବାୟୁ ପ୍ରଦୂଷଣ ଏବେ ମାରାତ୍ମକ ଅବସ୍ଥାରେ ପହଂଚିଛି ।ସେଗୁଡିକ ହେଲେ କଟକ, ଭୁବନେଶ୍ ର, ରାଉରକେଲା, ବାଲେଶ୍ ର, ଅନୁଗୁଳ ଏବଂ ତାଳଚେର। କେବଳ ସରକାରୀ ସ୍ତରରେ ନୀତି ନିୟମ କରିଦେଲେ  ହେବନି ସାମୂହିକ ତଥା ବ୍ୟକ୍ତିଗତ ଭାବେ ଆମକୁ ଏନେଇ ପ୍ରଚେଷ୍ଟା କରିବାକୁ ହେବ ବୋଲି ସେ କହିଛନ୍ତି ।

Spread the love