କାର ଓ ଟ୍ରକ ମୁହାଁମୁହିଁ ଧକ୍କା, ୫ ମୃତ

ରାଜସ୍ଥାନର ହନୁମାନଗଡ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । କାର ଓ ଟ୍ରକ ପରସ୍ପର ସହିତ ଧକ୍କା ହେବା ଫଳରେ ୫ ଜଣଙ୍କର ଜୀବନ ଚାଲିଯାଇଛି ଏବଂ ଜଣେ ଗୁରୁତର ରହିଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ବିକାନେରର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଦୁର୍ଘଟଣା ବିଳମ୍ବିତ ରାତିରେ ହୋଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଏହି ଘଟଣାର ଛାନଭିନ୍‌ କରୁଛି । ସୂଚନାଯୋଗ୍ୟ, ଗତକାଲି ଗୁଜରାଟର ନବସାରିରେ ଘଟିଥିଲା ଭୟଙ୍କର ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍‌ ଏବଂ ଏସୟୁଭି କାର ମଧ୍ୟରେ ଭୟଙ୍କର ଧକ୍କା ହେବାରୁ ୯ ଜଣଙ୍କ ଜୀବନ ଚାଲିଯାଇଥିଲା। ଘଟଣାରେ ୨୮ ଜଣ ଗୁରୁତର ଆହତ ହୋଇଥିଲେ । ଗାଡ଼ି ଚଳାଉଥିବା ବେଳେ ଏସୟୁଭି ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏସୟୁଭି  ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଭାଲସାଡ, ୧୪ ଜଣଙ୍କୁ ନବସାରି ହସ୍ପିଟାଲକୁ ନିଆଯାଇଥିବା ବେଳେ ଅନ୍ୟ ଜଣେ ଆହତଙ୍କୁ ସୁରତ ସ୍ଥାନାନ୍ତର କରାଯାଇଥିଲା। ୩୨ ଜଣଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଘଟଣାସ୍ଥଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଏସୟୁଭିରେ ଥିବା ଲୋମାନେ ଗୋଟିଏ କମ୍ପାନୀର ୯ ଜଣ କର୍ମଚାରୀ ଥିଲେ। ସେହିପରି ବସ୍ ଅହମଦାବାଦରୁ ଭାଲସାଡକୁ ଯାଉଥିଲା। ତେବେ ଆଜି ଭୋର ସମୟରେ ନବସାରି ନିକଟରେ ଦୁଇଟି ଯାକ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
କିନ୍ତୁ ରଙ୍ଗ ୱେରେ ଆସୁଥିବା ଏସୟୁଭିର ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ସମାନ୍ୟ ଘୁମାଇ ପଡ଼ିଥିଲେ। ଫଳରେ ଏହା ରାସ୍ତା କଡ଼ ଡିଭାଇଡରରେ ପ୍ରଥମେ ଧକ୍କା ହୋଇଥିଲା। ଏହା ପରେ ବସକୁ ସାମ୍ନା ପଟୁ ଧକ୍କା ଦେଇଥିଲେ। ବସର ସ୍ପିଡ ଅଧିକ ଥିବାରୁ ଏହା ଏସୟୁଭି ଉପରେ ମାଡ଼ି ଯାଇଥିଲା।

Spread the love