ନୂଆବର୍ଷ ସେଲିବ୍ରେସନରେ ଲାଗିଲା ଭୂକମ୍ପର ଝଟକା

ଦିଲ୍ଲୀରେ ଭୂମିକମ୍ପ । ଲୋକମାନେ ନୂଆବର୍ଷ ସେଲିବ୍ରେସନରେ ମଜ୍ଜିଥିବା ବେଳେ ଲାଗିଲା ଲାଗିଲା ଭୂକମ୍ପର ଝଟକା । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୮ । ରାତି ପାଖାପାଖି ୧ଟା ୧୯ବେଳେ ଭୂକମ୍ପ ଝଟକା ଲାଗିଥିଲା । ହରିଆଣାର ଇଜ୍ଜର ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଗତ କିଛି ମାସ ହେବ ଦିଲ୍ଲୀରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି । ନଭେମ୍ବର ୨୯ରେ ଦିଲ୍ଲୀର ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିଲା ।

Spread the love