ସ୍ୱାଭାବିକ ହେଲା ସମ୍ବଲପୁର କୋର୍ଟ; କାର୍ଯ୍ୟରେ ଯୋଗ ଦେଲେ ଓକିଲ

ଦୀର୍ଘ ୨୦ ଦିନ ପରେ ହଟିଲା ଅଚଳାବସ୍ଥା । ଆଜି ସମ୍ବଲପୁର କୋର୍ଟରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଲେ । ସୂଚନା ଅନୁସାରେ ସକାଳ ୧୦.୩୦ ପରେ ଓକିଲମାନେ କୋର୍ଟକୁ ଆସିଛନ୍ତି । ସମ୍ବଲପୁରର ଓକିଲ ସଂଘ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗତ ଡିସେମ୍ବର ୭ ତାରିଖରୁ ସମ୍ବଲପୁର ଓକିଲ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଥିଲେ । ପାଖାପାଖି ୨୦ ଦିନ ଧରି କୋର୍ଟ କାମ ବନ୍ଦ ରହିବାରୁ ଲୋକେ ନାନା ଅସୁବିଧାର ସାମ୍ନା କରିଥିଲେ । ଏବେ କୋର୍ଟ କାମ ପୁଣିଥରେ ଆରମ୍ଭ ହେଉଥିବାରୁ ଲୋକେ ଆଶ୍ୱସ୍ତି ହୋଇଛନ୍ତି । ଅପରପକ୍ଷରେ ସମ୍ବଲପୁର କଚେରି ଅଂଚଳରେ ଆଜି ରାତି ଯାଏଁ ୧୪୪ ଧାରା ଜାରି ରହିବ । ଅର୍ଥାତ୍ ଆଜି ରାତିରୁ ୧୪୪ ଧାରା ମଧ୍ୟ ଉଠିଯିବ ।

ସେପଟେ ଗିରଫ ହୋଇ ଜେଲ୍‌୍‌ରେ ଥିବା ୩୩ ଜଣ ଓକିଲଙ୍କ ଜାମିନ ଆବେଦନ ଉପରେ ଜ଼ିଲ୍ଲା ଦୌରାଜଜ୍‌ଙ୍କ ନିକଟରେ ପୁଣି ଆବେଦନ କରାଯିବ । ଡିସେମ୍ବର ୧୨ ତାରିଖରେ କୋର୍ଟ ଭଙ୍ଗାରୁଜା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ୩୩ ଜଣ ଓକିଲ, ଜଣେ ସାଧାରଣ ବ୍ଯକ୍ତିଙ୍କ ସମେତ ୮ ଜଣ କିନ୍ନର ଗିରଫ ହୋଇଥିଲେ । ଜ଼ିଲ୍ଲା ଓକିଲ ସଙ୍ଘ ସଭପତିଙ୍କ ଅନୁରୋଧ କ୍ରମେ ଓକିଲ ସମୂହ ଆନ୍ଦୋଳନରୁ ଓହରି ଯାଇଛନ୍ତି ।

Spread the love