ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ କଟକ ରେଳ ଷ୍ଟେସନ ନିରୀକ୍ଷଣ

ସାମାଜିକ ଗଣମାଧ୍ୟମରେ ବିପୁଳ ଜନମତକୁ ସମ୍ମାନ ଦେଇ ମାନ୍ୟବର ରେଳ ମନ୍ତ୍ରୀ  ଅଶ୍ବିନୀ ବୈଷ୍ଣବ କଟକ ଷ୍ଟେସନର ଡିଜାଇନକୁ ସ୍ୱୀକୃତି ଦେଇଛନ୍ତି 

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି କଟକ ଷ୍ଟେସନ ନିରୀକ୍ଷଣ କରି ଚାଲୁରହିଥିବା ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିବାବେଳେ ଏହାର ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହୋଇଛନ୍ତି। ଏହା ସହିତ ଶ୍ରୀ ସୁନକର ଭୁବନେଶ୍ୱର -କଟକ ରେଳ ସେକ୍ସନ ନିରୀକ୍ଷଣ କରି ନିରାପତ୍ତା ସମ୍ବନ୍ଧୀୟ ଏବଂ ରେଳ ଚଳାଚଳ ଟ୍ରାଫିକ ସମ୍ବନ୍ଧୀୟ କାର୍ଯ୍ୟ ସମୀକ୍ଷା କରିଥିଲେ। କଟକ ଷ୍ଟେସନ ନିରୀକ୍ଷଣ ସମୟରେ  ସୁନକର ଯାତ୍ରୀ ପରିସେବା କାର୍ଯ୍ୟ ସହିତ ଅନ୍ୟାନ ପ୍ରକଳ୍ପ କାର୍ଯ୍ୟ ଗୁଡିକର ସମୀକ୍ଷା କରି ଏହା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର ଶିଘ୍ର ସମ୍ପାଦନ ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରେ ରେଳ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ୱାରୋପ କରୁଥିବାବେଳେ ନିଜେ ଏହାର ଅଗ୍ରଗତି ସମ୍ବନ୍ଧରେ ନିୟମିତ ସମୀକ୍ଷା କରୁଛନ୍ତି । କଟକ ରେଳ ଷ୍ଟେସନ ର ବିକାଶ କାର୍ଯ୍ୟ ଶ୍ରୀ ବୈଷ୍ଣବଙ୍କ ଓଡ଼ିଶାରେ ରେଳ ପ୍ରକଳ୍ପ ସମୀକ୍ଷା ମଧ୍ୟରୁ ଅନ୍ୟତମ ଅଟେ ।

Spread the love